ହାଇଦ୍ରାବାଦରୁ ନିଖୋଜ କେନ୍ଦ୍ରାପଡ଼ାର ଯୁବକ
କେନ୍ଦ୍ରାପଡ଼ା, 29 ଅଗଷ୍ଟ (ହି.ସ.) କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ଅଧୀନ କନ୍ତିଆ ଗ୍ରାମର ପ୍ରଫୁଲ୍ଲ ମଲ୍ଲିକଙ୍କ ୩୨ ବର୍ଷୀୟ ପୁଅ ପଶୁରାମ ମଲ୍ଲିକ (ସିଲୁ) ହାଇଦ୍ରାବାଦରୁ ନିଖୋଜ ହୋଇଥିବା ଜଣାପଡ଼ିଛି।ପଶୁରାମ ଏକ ଗାଡ଼ିରେ ହେଲପର ଭାବେ କାମ କରୁଥିଲେ। ସେ ତାଙ୍କ ବଡ଼ବାପାଙ୍କ ପୁଅ ରଞ୍ଜନ
ହାଇଦ୍ରାବାଦରୁ ନିଖୋଜ କେନ୍ଦ୍ରାପଡ଼ାର ଯୁବକ


କେନ୍ଦ୍ରାପଡ଼ା, 29 ଅଗଷ୍ଟ (ହି.ସ.) କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ଅଧୀନ କନ୍ତିଆ ଗ୍ରାମର ପ୍ରଫୁଲ୍ଲ ମଲ୍ଲିକଙ୍କ ୩୨ ବର୍ଷୀୟ ପୁଅ ପଶୁରାମ ମଲ୍ଲିକ (ସିଲୁ) ହାଇଦ୍ରାବାଦରୁ ନିଖୋଜ ହୋଇଥିବା ଜଣାପଡ଼ିଛି।ପଶୁରାମ ଏକ ଗାଡ଼ିରେ ହେଲପର ଭାବେ କାମ କରୁଥିଲେ। ସେ ତାଙ୍କ ବଡ଼ବାପାଙ୍କ ପୁଅ ରଞ୍ଜନ କୁମାର ମଲ୍ଲିକଙ୍କ ସହ ଗାଡ଼ିରେ ପାରଦୀପରୁ ହାଇଦ୍ରାବାଦର ବୋଲାରାମ, ସାଙ୍ଗାରେଡ୍ଡି, ତେଲେଙ୍ଗାନା ଯାଇଥିଲେ। ତେବେ ତିନି ଦିନ ହାଇଦ୍ରାବାଦରୁ ସେ କେଉଁଆଡ଼େ ଚାଲିଯାଇଥିବା ପରିବାର ପକ୍ଷରୁ କୁହାଯାଇଛି।ଘଟଣା ସମ୍ପର୍କରେ ତାଙ୍କ ସମ୍ପର୍କୀୟ ରଞ୍ଜନ କୁମାର ମଲ୍ଲିକ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି। ନିଖୋଜ ପଶୁରାମଙ୍କ ସମ୍ପର୍କରେ କୌଣସି ସୂଚନା ମିଳିଲେ ତଳେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରିବାକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି। ଯୋଗାଯୋଗ: ୮୧୧୭୮୭୧୪୯୬ / ୯୭୭୭୩୧୮୪୯୬ .

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande