
ନୂଆପଡ଼ା,୨୯ ଅଗଷ୍ଟ (ହି.ସ.) - ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ରାଜଦରବାର ହଲ ଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ମାସ ୧୫ ତାରିଖ ମଙ୍ଗଳବାର ଘ. ୯.୦୫ମି. ରୁ ଘ .୧୦. ୦୦ ମି. ମଧ୍ୟେ ନବାନ୍ନ ଲାଗି ସମୟ ଧାର୍ଯ୍ୟ ହୋଇଥିବା ଜଣାଯାଇଛି। ରାଜାରାଜୁଡା ଅମଳରୁ ପ୍ରତିବର୍ଷ ନବାନ୍ନ ଲଗ୍ନ ଧାର୍ଯ୍ୟ କରାଯାଇ ଆସୁଛି। ଖଡ଼ିଆଳ ଯୁବରାଜ ଦେବଦେବ ପ୍ରସାଦ ସିଂଦେଓଙ୍କ ଉପସ୍ଥିତିରେ ରାଜ ଜ୍ୟୋତିଷ ଗୋବିନ୍ଦ ରଥ, ରାଜ ପୁରୋହିତ ସୁଦର୍ଶନ ଠାକୁର, ତାରାଚନ୍ଦ୍ର ଆଚାର୍ଯ୍ୟ, ବଡ଼ପଣ୍ଡା ଆଶିଷ ପଣ୍ଡା, ବିଜୟ କୁମାର ବାବୁ, ସମଲେଶ୍ୱରୀଙ୍କ ପୂଝାରୀ ବ୍ରଜ କିଶୋର ଦଣ୍ଡସେନା, ରକ୍ତାମ୍ବରୀଙ୍କ ପୂଝାରୀ ଗଣେଶ ପ୍ରଧାନୀ, ହରପାର୍ବତୀ ଶିବ ମନ୍ଦିର ପୂଜାରୀ ଦାମୋଦର ନାଏକ, ସମଲେଶ୍ୱରୀ ମନ୍ଦିରର ଛତ୍ରୀୟା ବେଦ ବନଛୋର, ଯୁଗଳ କିଶୋର ଦଣ୍ଡସେନା, ରକ୍ତାମ୍ବରୀ ଛତ୍ରୀୟା ଗୌରହରୀ ବନଛୋରଙ୍କ ଉପସ୍ଥିତିରେ ନବାନ୍ନ ଲଗ୍ନ ଧାର୍ଯ୍ୟ ହୋଇଥିଲା। ସେହିପରି ଗଡ ରକ୍ଷକ ଦେବୀ ମାଁ ରକ୍ତାମ୍ବରୀ, ଅଂଚଳ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କୁ ପୂର୍ବ ଦିନ ୧୪ ତାରିଖ ରାତ୍ର ୮.୦୫ ଘଂଟାରୁ ୮.୪୦ ଘଂଟା ମଧ୍ୟରେ ନୂତନ ଅର୍ଣ୍ଣ ଲାଗି ହେବ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ