
ଭୁବନେଶ୍ୱର ,୨୯ ଅଗଷ୍ଟ (ହି.ସ.) - ଆସନ୍ତା ଅକ୍ଟୋବର ୨୯ରୁ ଓଡ଼ିଶା ସିଭିଲ ସର୍ଭିସ୍ (ମେନ୍) ପରୀକ୍ଷା ଆରମ୍ଭ ହେବ। ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି ) ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ ନଭେମ୍ବର ୧୧ ତାରିଖ ଯାଏ ଓସିଏସ୍ ପରୀକ୍ଷା ଅନୁଷ୍ଠିତ ହେବ। ଦୁଇଟି ସିଟିଂରେ ପରୀକ୍ଷା ହେବ । ସକାଳ୯ଟାରୁ ୧୨ଟା ପ୍ରଥମ ସିଟିଂ ଓ ୨ଟାରୁ ୫ଟା ଦ୍ୱିତୀୟ ସିଟିଂରେ ପରୀକ୍ଷା କରାଯିବ। ପ୍ରତି ସିଟିଂରେ ପିଡବ୍ଲୁଡି ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ୧ ଘଂଟା ସମୟ ମିଳିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା