ଓଟିପି ନେଇ ଭୋଟର ତାଲିକାରେ କାରସାଦି ଅଭିଯୋଗ, ୧ ରେ ଏନଏସି ଅଫିସ ଆଗରେ ଧାମନଗର ବିଜେଡିର ଧାରଣା
ଭଦ୍ରକ, ୨୯ ଅଗଷ୍ଟ (ହି.ସ.) - ଭୋଟର ତାଲିକାରୁ ଯୋଗ୍ୟ ନାଗରିକଙ୍କ ନାମ କାଟିବା ପାଇଁ ଜାଲିଆତି ଓ ଚଞ୍ଚକତା କରାଯାଉଥିବା ନେଇ ଧାମନଗର ନଗର ବିଜୁ ଜନତା ଦଳ ଗୁରୁତର ଅଭିଯୋଗ ଆଣିଛି। ଫର୍ମ - ୭ ର ଦୁରୁପଯୋଗ କରି ବି ଏଲ ଓ ମାନଙ୍କଠାରୁ ଓଟିପି ନେଇ ଭୋଟର ତାଲିକାରେ କାରସାଦି କରାଯାଉଥିବା ଅଭିଯୋଗ କରି ଏ
ଓଟିପି ନେଇ ଭୋଟର ତାଲିକାରେ କାରସାଦି ଅଭିଯୋଗ, ୧ ରେ ଏନଏସି ଅଫିସ ଆଗରେ ଧାମନଗର ବିଜେଡିର ଧାରଣା


ଭଦ୍ରକ, ୨୯ ଅଗଷ୍ଟ (ହି.ସ.) - ଭୋଟର ତାଲିକାରୁ ଯୋଗ୍ୟ ନାଗରିକଙ୍କ ନାମ କାଟିବା ପାଇଁ ଜାଲିଆତି ଓ ଚଞ୍ଚକତା କରାଯାଉଥିବା ନେଇ ଧାମନଗର ନଗର ବିଜୁ ଜନତା ଦଳ ଗୁରୁତର ଅଭିଯୋଗ ଆଣିଛି। ଫର୍ମ - ୭ ର ଦୁରୁପଯୋଗ କରି ବି ଏଲ ଓ ମାନଙ୍କଠାରୁ ଓଟିପି ନେଇ ଭୋଟର ତାଲିକାରେ କାରସାଦି କରାଯାଉଥିବା ଅଭିଯୋଗ କରି ଏହାର ତଦନ୍ତ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ।। ଅଭିଯୋଗ ଅନୁଯାୟୀ, ଜାଲିଆତି ଓ ଚଞ୍ଚକତା ମାଧ୍ୟମରେ ଭୋଟର ତାଲିକାରୁ ଯୋଗ୍ୟ ନାଗରିକଙ୍କ ନାମ ବାଦ ଦେବା ପାଇଁ ଷଡ଼ଯନ୍ତ୍ର ଚାଲିଥିବା ଦଳ ଅଭିଯୋଗ କରିଛି।ଏହି ଘଟଣାକୁ ନେଇ ଧାମନଗର ନଗର ବିଜେଡି ପକ୍ଷରୁ ଆସନ୍ତା ସେପ୍େଟମ୍ବର ୧ ତାରିଖରେ ଧାମନଗର ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଘୋଷଣା କରାଯାଇଛି। ସାଧାରଣ ଲୋକଙ୍କ ଭୋଟ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ ଏହି ଆନ୍ଦୋଳନ କରାଯିବ ବୋଲି ବିଜେଡି କହିଛି। ଘଟଣାର ନିରପେକ୍ଷ ତଦନ୍ତ କରି ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନେବାକୁ ଦଳ ଦାବି କରିଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande