ବନ୍ୟା କାର୍ଯ୍ୟରେ ଅବହେଳା ଦୁଇ ପିଓ ନିଲମ୍ବିତ
କେନ୍ଦ୍ରାପଡା , 29 ଅଗଷ୍ଟ (ହି.ସ.) କେନ୍ଦ୍ରାପଡା ଜିଲ୍ଲାରେ ବନ୍ୟା ପାଣି ଘେରରେ ରହି ହଜାର ହଜାର ଲୋକ ବ୍ୟାପକ ଅସୁବିଧା ଭୋଗୁଥିବାବେଳେ ଏ ନେଇ ଜିଲ୍ଲା ପ୍ରଶାସନ ଜିଲ୍ଲାପାଳଙ୍କ ନେତୃତ୍ୱରେ ବରିଷ୍ଠ ଅଧିକାରୀମାନେ ବନ୍ୟା କାର୍ଯ୍ୟରେ ଲୋକଙ୍କ ସେବା କରିବା ପାଇଁ ତତ୍ପର ଥିବାବେଳେ ରାଜକନିକା
ବନ୍ୟା କାର୍ଯ୍ୟରେ ଅବହେଳା ଦୁଇ ପିଓ ନିଲମ୍ବିତ


କେନ୍ଦ୍ରାପଡା , 29 ଅଗଷ୍ଟ (ହି.ସ.) କେନ୍ଦ୍ରାପଡା ଜିଲ୍ଲାରେ ବନ୍ୟା ପାଣି ଘେରରେ ରହି ହଜାର ହଜାର ଲୋକ ବ୍ୟାପକ ଅସୁବିଧା ଭୋଗୁଥିବାବେଳେ ଏ ନେଇ ଜିଲ୍ଲା ପ୍ରଶାସନ ଜିଲ୍ଲାପାଳଙ୍କ ନେତୃତ୍ୱରେ ବରିଷ୍ଠ ଅଧିକାରୀମାନେ ବନ୍ୟା କାର୍ଯ୍ୟରେ ଲୋକଙ୍କ ସେବା କରିବା ପାଇଁ ତତ୍ପର ଥିବାବେଳେ ରାଜକନିକା ବ୍ଲକର ଦୁଇଜଣ ପିଓ ବନ୍ୟା କାର୍ଯ୍ୟରେ ଅବହେଳା ଯୋଗୁ ଜିଲ୍ଲାପାଳ ରଘୁରାମ୍ ଆର୍ ଆୟାର୍ ଏହି ଦୁଇଜଣ ପିଓଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି । ବନ୍ୟା କାର୍ଯ୍ୟରେ ଅବହେଳା ଓ ଘଟଣା ସ୍ଥଳକୁ ନ ଯିବା ଏବଂ ନିଜ ଦାୟିତ୍ୱରୁ ଦୂରେଇ ଯିବା ପାଇଁ ଏମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଥିଲା । ଏଥିରେ ଏହି ଦୁଇ ଅଧିକାରୀ ଦାସ ମୁର୍ମୁ ଓ କାଶୀରାଏ ମାଝିକୁ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande