
କେନ୍ଦ୍ରାପଡ଼ା , 29 ଅଗଷ୍ଟ (ହି.ସ.)ସେନା ଭର୍ତ୍ତି କାର୍ୟ୍ୟାଳୟ, କଟକ ପକ୍ଷରୁ ଅଗ୍ନିପଥ ଯୋଜନା ଅଧୀନରେ ସେନା ଭର୍ତ୍ତି ରାଲି ଆସନ୍ତା ୩ ସେପ୍ଟେମ୍ବରରୁ ୧୬ ସେପ୍ଟେମ୍ବର ୨୦୨୬ ପର୍ୟ୍ୟନ୍ତ ପାରାଦୀପସ୍ଥିତ ଗୋପବନ୍ଧୁ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ। ଏହି ଭର୍ତ୍ତି ରାଲି କଟକ, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ପ୍ରାର୍ଥୀମାନଙ୍କ ପାଇଁ ଆୟୋଜିତ ହେବ।ଏହି ଭର୍ତ୍ତି ରାଲିରେ ରେଗୁଲାର କ୍ୟାଡେଟ ବର୍ଗ ସହିତ ଓଡ଼ିଶା, ପଶ୍ଚିମବଙ୍ଗ ଓ ସିକ୍କିମ ରାଜ୍ୟର ପ୍ରାର୍ଥୀମାନଙ୍କ ପାଇଁ ଅଗ୍ନିବୀର କ୍ଲର୍କ/ଷ୍ଟୋର କିପର ଟେକ୍ନିକାଲ ବର୍ଗରେ ମଧ୍ୟ ଭର୍ତ୍ତି କରାଯିବ।ଅନଲାଇନ୍ କମନ୍ ଏଣ୍ଟ୍ରାନ୍ସ ଏଗ୍ଜାମିନେସନ୍ (ଉଋଋ)ରେ ଉତ୍ତୀର୍ଣ୍ଣ ତଥା ଶର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀମାନେ ନିଜ ଆଡମିଟ୍ କାର୍ଡରେ ଉଲ୍ଲେଖିତ ତାରିଖ ଓ ସମୟ ଅନୁଯାୟୀ ଫିଜିକାଲ୍ ଫିଟନେସ୍ ଟେଷ୍ଟ ଓ ମେଡିକାଲ୍ ପରୀକ୍ଷା ପାଇଁ ଉପସ୍ଥିତ ହେବାକୁ ପଡ଼ିବ। ସମ୍ପୃକ୍ତ ପ୍ରାର୍ଥୀମାନଙ୍କ ଆଡମିଟ୍ କାର୍ଡ ସେମାନଙ୍କ ପଞ୍ଜିକୃତ ଇ-ମେଲ୍ ଆଇଡିକୁ ପଠାଯାଇଛି। ଏହାଛଡ଼ା ପ୍ରାର୍ଥୀମାନେ ଭାରତୀୟ ସେନାର ଅଫିସିଆଲ୍ ୱେବସାଇଟ୍ ଙ୍ଗଙ୍ଗଙ୍ଗ.ହକ୍ଟସଦ୍ଭସଦ୍ଭୟସବଦ୍ଭବକ୍ସଜ୍ଞଚ୍ଚ.ଦ୍ଭସମ.ସଦ୍ଭ ରେ ନିଜ ପ୍ରୋଫାଇଲ୍ରେ ଲଗ୍ଇନ୍ କରି ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ଭର୍ତ୍ତି ରାଲି ସମୟରେ ପ୍ରାର୍ଥୀମାନେ ନିଜର ମୂଳ ଦସ୍ତାବିଜ କୌଣସି ଅଜଣା ବ୍ୟକ୍ତି, ଦଲାଲ କିମ୍ବା ଏଜେଣ୍ଟଙ୍କୁ ହସ୍ତାନ୍ତର ନକରିବାକୁ ପରାମର୍ଶ ଦିଆଯାଇଛି। ଏଭଳି କୌଣସି ଘଟଣା ନଜରକୁ ଆସିଲେ ତୁରନ୍ତ ସ୍ଥାନୀୟ ପୋଲିସ କିମ୍ବା ସେନା ଭର୍ତ୍ତି କାର୍ୟ୍ୟାଳୟ, କଟକର କର୍ମଚାରୀଙ୍କୁ ଜଣାଇବାକୁ କୁହାଯାଇଛି। ଭର୍ତ୍ତି ସମ୍ପର୍କିତ ଯେକୌଣସି ଯୋଗାଯୋଗ, ସୂଚନା କିମ୍ବା ପଚରାଉଚରା ପାଇଁ ପ୍ରାର୍ଥୀମାନେ ସେନା ଭର୍ତ୍ତି କାର୍ୟ୍ୟାଳୟ, କଟକ ସହ ନିମ୍ନଲିଖିତ ନମ୍ବରରେ ଯୋଗାଯୋଗ କରିପାରିବେ:ଲ୍ୟାଣ୍ଡଲାଇନ୍: ୦୬୭୧-୨୩୦୫୮୮୦, ମୋବାଇଲ୍: ୯୪୩୭୧୬୨୨୮୦.
ହିନ୍ଦୁସ୍ଥାନ ସମାଚାର / ରବି