ମନ୍ତ୍ରୀ ଜୁଏଲଙ୍କ ପ୍ରତିନିଧି ପୁଲିସ ରିମାଣ୍ଡରେ, ବେଆଇନ ଅଫିସ ସିଲ୍ ହେଲା
ରାଉରକେଲା, ୨୯ ଅଗଷ୍ଟ (ହି.ସ.)- ରାଉରକେଲାରେ ଏବେ ଗୋଟିଏ କଥା, ମନ୍ତ୍ରୀ ଜୁଏଲଙ୍କ ପ୍ରତିନିଧି ପ୍ରକାଶ ଓ ଖୁସୁବୁ। ତେବେ ପ୍ରକାଶ ପାଶ୍ବାନ ବନ୍ଧୁକ ମାମଲାରେ ଆଜି ପୁଲିସର ୨ଦିନିଆ ରିମାଣ୍ଡରେ ଆସିଥିବା ବେଳେ ସେପଟେ ଜଙ୍ଗଲ ବିଭାଗ ତା''ର ବେଆଇନ ଅଫିସ କୁ ସିଲ କରିଛି। ବିଭାଗ କହିଛି ଏହା ସଂରକ୍ଷିତ ଜ
ମନ୍ତ୍ରୀ ଜୁଏଲଙ୍କ ପ୍ରତିନିଧି ପୁଲିସ ରିମାଣ୍ଡରେ, ବେଆଇନ ଅଫିସ ସିଲ୍ ହେଲା


ରାଉରକେଲା, ୨୯ ଅଗଷ୍ଟ (ହି.ସ.)- ରାଉରକେଲାରେ ଏବେ ଗୋଟିଏ କଥା, ମନ୍ତ୍ରୀ ଜୁଏଲଙ୍କ ପ୍ରତିନିଧି ପ୍ରକାଶ ଓ ଖୁସୁବୁ। ତେବେ ପ୍ରକାଶ ପାଶ୍ବାନ ବନ୍ଧୁକ ମାମଲାରେ ଆଜି ପୁଲିସର ୨ଦିନିଆ ରିମାଣ୍ଡରେ ଆସିଥିବା ବେଳେ ସେପଟେ ଜଙ୍ଗଲ ବିଭାଗ ତା'ର ବେଆଇନ ଅଫିସ କୁ ସିଲ କରିଛି। ବିଭାଗ କହିଛି ଏହା ସଂରକ୍ଷିତ ଜଙ୍ଗଲ ଜମିରେ ହୋଇଛି। ଏହାକୁ ପୁଣି ଖୋଦ ଜୁଏଲ ବିଜେପି ନେତା କର୍ମୀଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ ବୋଲି ଫଳକ ଲାଗିଛି। କୁହାଯାଉଛି ଅଭିଯୁକ୍ତ ପାଶ୍ବାନ ଏହିଠାରୁ ତା'ର ଅପରାଧିକ ଅପରେସନ ପ୍ଲାନ କରୁଥିଲା। ବର୍ତମାନ ସେ ୨୦ଟି ମାମଲାରେ ଜଡ଼ିତ ରହିଛି।

ଅନ୍ୟପକ୍ଷରେ ଜୁଏଲଙ୍କ ଜିଲ୍ଲା ପ୍ରତିନିଧି ଖୁସୁବୁ ଯାଦବ କରିଥିବା କୋଟି କୋଟି ଟଙ୍କା ଘର ଓ ୨୦୦ କୋଟି ଟଙ୍କାର ସମ୍ପତି ଉପରେ ପ୍ରଶ୍ନ ଇଠାଇଛନ୍ତି ବରିଷ୍ଠ ନେତା ପିପି ରାୟ। ସେ ଆହୁରି କହିଛନ୍ତି ଦିଲ୍ଲୀରେ ହେଉଥିବା ଜାତୀୟ ଦିବସ ପାଳନ ବେଳେ ୟେ ଝିଅ କେମିତି ରାହୁଲ ଗାନ୍ଧୀଙ୍କ ଆଗ ଧାଡିରେ ବସୁଥିଲା, ତାକୁ ସମ୍ପୂର୍ଣ ଭିଆଇପି ପାସପୋର୍ଟ ଦେଲେ କିଏ ? ଏ ସମସ୍ତ ଘଟଣାର ତଦନ୍ତ ଲାଗି ସେ ଦାବି କରିବା ସହ ଜୁଏଲଙ୍କୁ ନେଇ ଉଠାଇଛନ୍ତି ନାନା ପ୍ରଶ୍ନ।

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande