ରୁଷ ପୁଣି ଦେଖାଇଲା ମିସାଇଲ ଶକ୍ତି, ଆଇସିବିଏମରେ ସାଧିଲା ହଜାର ହଜାର କିମି ଦୂରର ଲକ୍ଷ୍ୟ
ମସ୍କୋ, ୨୯ ଅଗଷ୍ଟ (ହି.ସ.)- ରୁଷ ଇଂଟରକାଂଟିିନେଂଟଲ ବାଲିଷ୍ଟିକ ମିସାଇଲ (ଆଇସିବିଏମ)ର ସଫଳ ପରୀକ୍ଷଣ କରିଛି। ମିସାଇଲକୁ ଉତର-ପଶ୍ଚିମ ଅର୍ଖାଙ୍ଗେଲ୍ସ୍କ ଅଂଚଳସ୍ଥିତ ପ୍ଲେସେତ୍ସ୍କ କସ୍ମୋଡ୍ରୋମରୁ ଲଂଚ କରାଯାଇଥିଲା ଏବଂ ଏହାର ଟେଷ୍ଟ ୱାରହେଡ୍ ଦେଶର ସୁଦୂର ପୂର୍ବରେ କାମଚାଟକା ଉପଦ୍ୱୀପସ୍ଥିତ କୁରା
ରୁଷ ପୁଣି ଦେଖାଇଲା ମିସାଇଲ ଶକ୍ତି, ଆଇସିବିଏମରେ ସାଧିଲା ହଜାର ହଜାର କିମି ଦୂରର ଲକ୍ଷ୍ୟ


ମସ୍କୋ, ୨୯ ଅଗଷ୍ଟ (ହି.ସ.)- ରୁଷ ଇଂଟରକାଂଟିିନେଂଟଲ ବାଲିଷ୍ଟିକ ମିସାଇଲ (ଆଇସିବିଏମ)ର ସଫଳ ପରୀକ୍ଷଣ କରିଛି। ମିସାଇଲକୁ ଉତର-ପଶ୍ଚିମ ଅର୍ଖାଙ୍ଗେଲ୍ସ୍କ ଅଂଚଳସ୍ଥିତ ପ୍ଲେସେତ୍ସ୍କ କସ୍ମୋଡ୍ରୋମରୁ ଲଂଚ କରାଯାଇଥିଲା ଏବଂ ଏହାର ଟେଷ୍ଟ ୱାରହେଡ୍ ଦେଶର ସୁଦୂର ପୂର୍ବରେ କାମଚାଟକା ଉପଦ୍ୱୀପସ୍ଥିତ କୁରା ଟ୍ରେନିଂ ରେଞ୍ଜ ପର୍ଯ୍ୟନ୍ତ ପହଂଚିଥିଲା।

ରୁଷର ଅନ୍ତର୍ଜାତୀୟ ସମ୍ବାଦ ଟେଲିଭିଜନ ନେଟୱର୍କ ରଶିଆ ଟୁଡେ (ଆରଟି) ରକ୍ଷା ମନ୍ତ୍ରଣାଳୟର ଶୁକ୍ରବାର ଜାରି ବିବୃତିକୁ ଉଦ୍ଧୃତ କରି କହିଛି ଯେ ପରୀକ୍ଷଣ ସମୟରେ ନିର୍ଦ୍ଧାରିତ ସମସ୍ତ ଲକ୍ଷ୍ୟ ଏବଂ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ହାସଲ କରାଯାଇଥିଲା। ମନ୍ତ୍ରଣାଳୟ ଅନୁସାରେ, ପରୀକ୍ଷଣରୁ ମିସାଇଲର ବୈଷୟିକ କ୍ଷମତା ଏବଂ ଉଡ଼ାଣ ସମ୍ବନ୍ଧୀୟ ବିଶେଷତାର ପୁଷ୍ଟି ହୋଇଛି।

ରୁଷ ପରୀକ୍ଷଣରେ ବ୍ୟବହୃତ ମିସାଇଲର ସଠିକ ନାମ କହିନାହିଁ। ତେବେ, ମନ୍ତ୍ରଣାଳୟ ଏହାକୁ ମୋବାଇଲ-ଲଂଚ ସଲିଡ-ଫ୍ୟୁଏଲ ସିଷ୍ଟମ ବୋଲି କହିଛି। ଏହି ପରୀକ୍ଷଣ ରୁଷର ଷ୍ଟ୍ରାଟେଜିକ ମିସାଇଲ ଫୋର୍ସର ଏକ ଟ୍ରେନିଂ ଏକ୍ସରସାଇଜର ଅଂଶ ଥିଲା। ଅଭ୍ୟାସ ସମୟରେ ଏକ ମୋବାଇଲ ଆଇସିବିଏମ ଲଂଚ ବ୍ୟାଟେରୀକୁ ଦୂରଦୂରାନ୍ତ ଅଂଚଳରେ ମୁତୟନ କରାଯାଇଥିଲା, ଯାହା ପରେ ମିସାଇଲ ଲଂଚ କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସମ୍ପାଦନ କରାଯାଇଥିଲା।

ରୁଷ ଏହା ପୂର୍ବରୁ ନିଜର ଅତ୍ୟାଧୁନିକ ଆରଏସ-୨୮ ସର୍ମାତ ଆଇସିବିଏମର ପରୀକ୍ଷଣ କରିସାରିଛି। ରିପୋର୍ଟ ଅନୁସାରେ, ସର୍ମାତ ଅନେକ ରି-ଏଂଟ୍ରି ଭେହିକଲ ମାଧ୍ୟମରେ ଭାରୀ ପରମାଣୁ ୱାରହେଡ ବହନ କରିବାରେ ସକ୍ଷମ। ଏହାକୁ ରୁଷର ରଣନୈତିକ ପରମାଣୁ କ୍ଷମତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ମନେ କରାଯାଏ।

ରିପୋର୍ଟ ଅନୁସାରେ, ସର୍ମାତ ସହିତ ହାଇପରସୋନିକ ଗ୍ଲାଇଡର ପ୍ରଯୁକ୍ତିର ମଧ୍ୟ ବ୍ୟବହାର କରାଯାଇପାରେ। ଏପରି ପ୍ରଯୁକ୍ତିରେ ସଜ୍ଜିତ ୱାରହେଡ ଅତ୍ୟନ୍ତ ଦ୍ରୁତ ଗତିରେ ଲକ୍ଷ୍ୟ ଆଡ଼କୁ ବଢ଼ିପାରେ ଏବଂ ଏୟାର ଡିଫେନ୍ସ ସିଷ୍ଟମକୁ ଚକମା ଦେବା ପାଇଁ ନିଜ ଦିଗରେ ପରିବର୍ତନ କରିପାରେ।

----------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande