
ସମ୍ବଲପୁର, ୨୯, ଅଗଷ୍ଟ (ହି.ସ.) ଜାତୀୟ କ୍ରୀଡ଼ା ଦିବସ-୨୦୨୬ ଅବସରରେ ମେରା ଯୁବା ଭାରତ, ସମ୍ବଲପୁର ପକ୍ଷରୁ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଲେଜ, ସମ୍ବଲପୁରର ଏନ୍ଏସ୍ଏସ ୟୁନିଟ୍ ସହଯୋଗରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀକୁ ସ୍ମରଣ କରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଯୁବ ସ୍ୱେଚ୍ଛାସେବୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ସ୍ଲୋ ସାଇକେଲ୍ ରେସ୍, ଚେସ୍ ଓ କ୍ୟାରମ୍ ଭଳି ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। ସ୍ଲୋ ସାଇକେଲ୍ ରେସ୍ର ବାଳକ ବିଭାଗରେ ଆକାଶ କୁମ୍ଭାର ଏବଂ ବାଳିକା ବିଭାଗରେ ବବି ବିଶ୍ୱାଳ ବିଜୟୀ ହୋଇଥିଲେ। ସେହିପରି ବାଳିକା ଚେସ୍ରେ ତନସ୍ୱୀର କୌଶର, ବାଳକ ଚେସ୍ରେ ରାଘବ କେଡିଆ ବିଜୟୀ ହୋଇଥିବା ବେଳେ ବାଳକ କ୍ୟାରମ୍ରେ ସନତ ସିଂହ ଓ ରାମ ମୁଣ୍ଡା ବିଜେତା ହୋଇଥିଲେ।
କାର୍ଯ୍ୟକ୍ରମରେ କଲେଜର ପ୍ରଧାନଶିକ୍ଷକ ପି.କେ. ହରପାଲ, ଶାରୀରିକ ଶିକ୍ଷା ଶିକ୍ଷକ ଲକ୍ଷ୍ମୀଧର ବେହେରା,ଏନ୍ଏସ୍ଏସ କାର୍ଯ୍ୟକ୍ରମ ଅଧିକାରୀ ସୁରେଶ ଏକ୍କା, ନ୍ୟାସନାଲ୍ ୟୁଥ୍ ଭଲ୍ୟୁଣ୍ଟିୟର ମସୁଦ ଆଲମଙ୍କ ସମେତ ଏନ୍ଏସ୍ଏସ ସ୍ୱେଚ୍ଛାସେବୀ ଅଭିନାଶ ବେହେରା, ସୁବ୍ରତ ଭୋଇ, କଲ୍ୟାଣୀ, ଲକ୍ଷ୍ମୀ ଏବଂ ଅନ୍ୟାନ୍ୟ ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଛାତ୍ରଛାତ୍ରୀ ଏନ୍ଏସ୍ଏସ ସ୍ୱେଚ୍ଛାସେବୀ ଓ ଯୁବମାନଙ୍କ ପକ୍ଷରୁ କ୍ରୀଡ଼ାର ବିକାଶ, ଶୃଙ୍ଖଳା, ସୁସ୍ଥ ଜୀବନଶୈଳୀ ଓ ଦେଶ ଗଠନରେ ଯୁବଶକ୍ତିର ସକ୍ରିୟ ଭୂମିକା ନେଇ ଶପଥ ଗ୍ରହଣ କରାଯାଇଥିଲା। ଆୟୋଜକମାନେ କହିଥିଲେ ଯେ, କ୍ରୀଡ଼ା ଯୁବପିଢ଼ି ମଧ୍ୟରେ ଶାରୀରିକ ସୁସ୍ଥତା, ଆତ୍ମବିଶ୍ୱାସ, ଦଳଗତ ଭାବନା ଓ ନେତୃତ୍ୱ ଗୁଣ ବିକାଶରେ ଗୁରୁତ୍ୱପୂର୍ଣ୍ଣ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ