୨୦୨୨ ପୂର୍ବରୁ ପଶ୍ଚିମ ସହିତ ଥିବା ସମ୍ପର୍କ ଏବେ ସମ୍ଭବ ନୁହେଁ : ରୁଷିଆର ବିଦେଶ ମନ୍ତ୍ରୀ
ମସ୍କୋ, ୨୯ ଅଗଷ୍ଟ (ହି.ସ.)- ରୁଷିଆର ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ ମସ୍କୋରେ ଏହି ସପ୍ତାହରେ ହୋଇଥିବା ଉଚ୍ଚସ୍ତରୀୟ କୂଟନୈତିକ କାର୍ଯ୍ୟକଳାପକୁ ନେଇ ବୟାନ ଦେଇଛନ୍ତି। ସେ ଭାଟିକାନର ବରିଷ୍ଠ କୂଟନୀତିଜ୍ଞ ଆର୍ଚବିଶପ ପଲ ରିଚାର୍ଡ ଗାଲାଘରଙ୍କ ସହ ହୋଇଥିବା ଆଲୋଚନାର ସୂଚନା ସେୟାର କରିଥିବାବେଳେ,
୨୦୨୨ ପୂର୍ବରୁ ପଶ୍ଚିମ ସହିତ ଥିବା ସମ୍ପର୍କ ଏବେ ସମ୍ଭବ ନୁହେଁ : ରୁଷିଆର ବିଦେଶ ମନ୍ତ୍ରୀ


ମସ୍କୋ, ୨୯ ଅଗଷ୍ଟ (ହି.ସ.)- ରୁଷିଆର ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ ମସ୍କୋରେ ଏହି ସପ୍ତାହରେ ହୋଇଥିବା ଉଚ୍ଚସ୍ତରୀୟ କୂଟନୈତିକ କାର୍ଯ୍ୟକଳାପକୁ ନେଇ ବୟାନ ଦେଇଛନ୍ତି। ସେ ଭାଟିକାନର ବରିଷ୍ଠ କୂଟନୀତିଜ୍ଞ ଆର୍ଚବିଶପ ପଲ ରିଚାର୍ଡ ଗାଲାଘରଙ୍କ ସହ ହୋଇଥିବା ଆଲୋଚନାର ସୂଚନା ସେୟାର କରିଥିବାବେଳେ, ସିଆଇଏ ଡାଇରେକ୍ଟର ଜନ ରାଟକ୍ଲିଫଙ୍କ ରୁଷିଆ ଗସ୍ତକୁ ନେଇ ସେ ଅତ୍ୟନ୍ତ ସୀମିତ ସୂଚନା ଦେଇଛନ୍ତି।

ରୁଷିଆର ଅନ୍ତର୍ଜାତୀୟ ସମ୍ବାଦ ଟେଲିଭିଜନ ନେଟୱର୍କ ରଶିଆ ଟୁଡେ (ଆରଟି)

ଅନୁଯାୟୀ, ଗାଲାଘର ଏବଂ ରାଟକ୍ଲିଫ ଉଭୟ ଏହି ସପ୍ତାହରେ ମସ୍କୋରେ ପହଂଚିଥିଲେ। ଏହି ଗସ୍ତକୁ ନେଇ ପଚରାଯାଇଥିବା ପ୍ରଶ୍ନରେ ଲାଭରୋଭ କହିଛନ୍ତି ଯେ ଉଭୟ ମାମଲାରେ ମସ୍କୋ ଆସିଥିବା ପ୍ରତିନିଧିମାନେ ନିଜେ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।

ଶୁକ୍ରବାର ଏକ ସାକ୍ଷାତକାରରେ ଲାଭରୋଭ କହିଛନ୍ତି ଯେ ଆର୍ଚବିଶପ ଗାଲାଘରଙ୍କ ସହ ତାଙ୍କର ଆଲୋଚନା ମୁଖ୍ୟତଃ ୟୁକ୍ରେନ ସଂଘର୍ଷ ଉପରେ କେନ୍ଦ୍ରିତ ଥିଲା। ତାଙ୍କ ଅନୁଯାୟୀ, ଭାଟିକାନର ପ୍ରତିନିଧି ଯୁଦ୍ଧକୁ ଯଥାଶୀଘ୍ର ଶେଷ କରିବାର ଇଚ୍ଛା ପୁନର୍ବାର ବ୍ୟକ୍ତ କରିଥିଲେ ଏବଂ ମାନବିକ ପ୍ରସଙ୍ଗରେ ସହଯୋଗ ଜାରି ରଖିବାର ପ୍ରସ୍ତାବ ଦେଇଥିଲେ।ଏଥିରେ ବନ୍ଦୀ ଏବଂ ମୃତକଙ୍କ ମୃତଦେହର ଅଦଳବଦଳ ଭଳି ପ୍ରସଙ୍ଗ ମଧ୍ୟ ସାମିଲ ଥିଲା।

ଲାଭରୋଭ ଆଲୋଚନା ସମୟରେ ୟୁକ୍ରେନ ସଂଘର୍ଷ ସହ ଜଡ଼ିତ ଅନେକ ପୁରୁଣା କୂଟନୈତିକ ଚୁକ୍ତିର ମଧ୍ୟ ଉଲ୍ଲେଖ କରିଥିଲେ। ସେ ୨୦୧୪ର ଚୁକ୍ତି, ମିନ୍ସ୍କ ଚୁକ୍ତି ଏବଂ ୨୦୨୨ରେ ଇସ୍ତାନବୁଲରେ ହୋଇଥିବା ଆଲୋଚନାର ଉଲ୍ଲେଖ କରି ଅଭିଯୋଗ କରିଥିଲେ ଯେ ପଶ୍ଚିମ ଏବଂ ୟୁକ୍ରେନ ପୂର୍ବରୁ ହୋଇଥିବା ଚୁକ୍ତିଗୁଡ଼ିକୁ ସମ୍ମାନ କରିନାହାନ୍ତି।

ଲାବରୋବ କହିଛନ୍ତି ଯେ ରୁଷିଆ ପକ୍ଷରୁ ସଦ୍ଭାବନାର କୌଣସି ଅଭାବ ନଥିଲା ଏବଂ ତାଙ୍କର ବିଶ୍ୱାସ ଯେ ଭାଟିକାନର ପ୍ରତିନିଧି ରୁଷିଆ ପକ୍ଷର ସ୍ଥିତିକୁ ବୁଝିଥିବେ। ସେ କହିଛନ୍ତି ଯେ ବର୍ତମାନର ସମ୍ପର୍କ ରେଖାରେ ତୁରନ୍ତ ଯୁଦ୍ଧବିରତି ପାଇଁ ପଶ୍ଚିମୀ ଦେଶଗୁଡ଼ିକର ଚାପ ସଂଘର୍ଷକୁ ଅସ୍ଥାୟୀ ଭାବେ ରୋକିପାରେ, କିନ୍ତୁ ଏଥିରେ ସ୍ଥାୟୀ ସମାଧାନ ହାସଲ ହେବ ନାହିଁ।

ସେ ବ୍ରିଟେନ ଏବଂ ଫ୍ରାନ୍ସର ନେତୃତ୍ୱରେ ପ୍ରସ୍ତାବିତ ‘ଷ୍ଟେବିଲାଇଜେସନ ଫୋର୍ସ’କୁ ମଧ୍ୟ ବିରୋଧ କରିଛନ୍ତି। ଲାବରୋବଙ୍କ ଅଭିଯୋଗ ହେଉଛି ଯେ ଏପରି କୌଣସି ମୁତୟନ ଦ୍ୱାରା ୟୁକ୍ରେନର ବର୍ତମାନର ରାଜନୈତିକ ବ୍ୟବସ୍ଥାକୁ ସମର୍ଥନ ମିଳିପାରେ।

-----------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande