ସମ୍ବାଦ ସାହିତ୍ୟ ଘର ଆନୁକୁଲ୍ୟରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ନିଶା ନିବାରଣ ବ୍ରତ ପାଳିତ
ବଲାଙ୍ଗିର, 29 ଅଗଷ୍ଟ (ହି.ସ.) - ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଆନୁକୁଲ୍ୟରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ନିଶା ନିବାରଣ ବ୍ରତ ସମ୍ଭବ କଲେଜ ଧାନଘରା ଠାରେ ସଭାପତି ଶ୍ଯାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଲେଜର ପ୍ରତିଷ୍ଠାତା ଡମ୍ବରୁଧ
*ସମ୍ବାଦ ସାହିତ୍ୟ ଘର ଆନୁକୁଲ୍ୟରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ନିଶା ନିବାରଣ ବ୍ରତ ପାଳିତ*


ବଲାଙ୍ଗିର, 29 ଅଗଷ୍ଟ (ହି.ସ.) - ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଆନୁକୁଲ୍ୟରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ନିଶା ନିବାରଣ ବ୍ରତ ସମ୍ଭବ କଲେଜ ଧାନଘରା ଠାରେ ସଭାପତି ଶ୍ଯାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଲେଜର ପ୍ରତିଷ୍ଠାତା ଡମ୍ବରୁଧର ରଣା ଯୋଗ ଦେଇ ସମସ୍ତ ଛାତ୍ରଛାତ୍ରୀ ନିଶା ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଥିଲେ। ସଂପାଦକ ବିଶିଷ୍ଟ ଆଶୁକବି ଡ. ହେମନ୍ତ କୁମାର ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ସମ୍ବାଦର ଏଭଳି ଅଭିନବ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ। କଲେଜର ଉପାଧ୍ୟକ୍ଷ ରାମ ପ୍ରଧାନ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ସମ୍ବାଦ ପ୍ରତିନିଧି ଅରବିନ୍ଦ ବିଶ୍ଵାଲ ଓ କନକ ନିଉଜ୍ ରିପୋର୍ଟର୍ ଶେଷଦେବ ମେର୍ଲି ଯୋଗ ଦେଇଥିଲେ। ଛାତ୍ର ଶିବ ନାରାୟଣ ସେଲମା ଓ ଛାତ୍ରୀ ସୌମ୍ଯାଶ୍ରୀ ରଣା ବକ୍ତବ୍ୟ ପ୍ରଦାନ କରିଥିଲେ। ଶିକ୍ଷକ ରମେଶ ଚନ୍ଦ୍ର ରଣା ସଭା ସଞ୍ଚାଳନ କରିଥିଲେ। ସଭା ଶେଷରେ ଭଉଣୀମାନେ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ ଓ ଭାଇମାନେ ତାର ପ୍ରତିବଦଳରେ ନିଶାକୁ ନା କହି ଶପଥ ପାଠ କରିଥିଲେ। ଏହି ଅବସରରେ କଲେଜର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିରଂଜନ ରଞ୍ଜନ ପ୍ରଧାନ, ରାକେଶ ବାରିକ, ଅଧ୍ଯାପକ ଡେଜି ବିଶ୍ବାଲ, ପୁରୁଷୋତ୍ତମ ଛତ୍ରିଆ, ବେଣୁଧର ସାହୁ, ସାହିତ୍ୟ ଘର ସଦସ୍ୟ ଭକ୍ତବନ୍ଧୁ ସାହୁ, ସନ୍ତୋଷ କୁମାର ବେହେରା ଓ ବୀରେନ୍ଦ୍ର ସୁନା ପ୍ରମୁଖ ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande