ଦୁଷ୍କର୍ମ ମାମଲାରେ ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ
ଜୟପୁର, ୨୯ ଅଗଷ୍ଟ (ହି.ସ.)- ୨୦୨୪ ମସିହାରେ ବୈପାରୀଗୁଡା ପାଣ୍ଡ୍ରିପାଣି ଗ୍ରାମରେ ଘଟିଥିବା ଦୁଷ୍କର୍ମ ମାମଲାର ବିଚାର କରି ୧୨ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଆଜି ଜୟପୁର ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର କୋର୍ଟ ର ଆଡ଼ହକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ସୁଶ୍ରୀ ପ୍ରଜ୍ଞା ନଳିନୀ ମି
ଦୁଷ୍କର୍ମ  ମାମଲାରେ ଦୋଷୀକୁ 10 ବର୍ଷ ସଶ୍ରମ କାରାଦଣ୍ଡ ସହ 15000/- ଟଙ୍କା ଜୋରିମାନା


ଜୟପୁର, ୨୯ ଅଗଷ୍ଟ (ହି.ସ.)- ୨୦୨୪ ମସିହାରେ ବୈପାରୀଗୁଡା ପାଣ୍ଡ୍ରିପାଣି ଗ୍ରାମରେ ଘଟିଥିବା ଦୁଷ୍କର୍ମ ମାମଲାର ବିଚାର କରି ୧୨ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଆଜି ଜୟପୁର ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର କୋର୍ଟ ର ଆଡ଼ହକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ସୁଶ୍ରୀ ପ୍ରଜ୍ଞା ନଳିନୀ ମିଶ୍ର ରାୟ ପ୍ରଦାନ କରିଛନ୍ତି। ପାଣ୍ଡ୍ରିପାଣି ଗ୍ରାମର ସୁରେନ୍ଦ୍ର ନାୟକ (୨୮) କୁ ଭାରତୀୟ ନ୍ୟାୟ ସଂହିତାର ଧାରା ୩୬୬/୩୭୬(୨)(ଏନ) ସେକ୍ସନ ଆଇନର ଧାରାରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୫ ହଜାର /- ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି | ଜୋରିମାନା ଟଙ୍କା ଅନାଦେୟ ହେଲେ ଦୋଷୀକୁ ୬ ମାସ ଅଧିକା କାରାଦଣ୍ଡ ଭୋଗିବାକୁ ପଡିବ ରାୟରେ ଦର୍ଶାଇଛନ୍ତି ଅଦାଲତ | ଆଦାୟ ଜୋରିମାନା ଟଙ୍କା ସହ ସରକାରଙ୍କ ତରଫରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ପୀଡ଼ିତାଙ୍କୁ ପର୍ଯ୍ୟ।ପ୍ତ ଟଙ୍କା ଅନୁକମ୍ପା ମୂଳକ ରାଶି ପ୍ରଦାନ ନିମନ୍ତେ ନିର୍ଦେଶ ଦେଇଛନ୍ତି ଅଦାଲତ | ୧୮/୦୯/୨୦୨୩ ଦିନ ନାବାଳିକା - ପୀଡିତା ୯ ମ ଶ୍ରେଣି ପଢୁଥିଲେ l ପୀଡିତା ସ୍କୁଲ ଯିବା ସମୟରେ ଅଭିଯୁକ୍ତ ପୀଡିତାଙ୍କୁ ଅପହରଣ କରି କଳାଗୁଡା ଗ୍ରାମକୁ ନେଲା ସେଠାରେ ୭ଦିନ ରଖି ପୀଡ଼ିତାଙ୍କ ଇଚ୍ଛାବିରୁଧରେ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ତାଙ୍କ ଗ୍ରାମ ପାଣ୍ଡିରିପାଣି ନେଇ ୧ ମାସ ରଖି ତାର ଇଚ୍ଛାବିରୁଧରେ ତାକୁ ବାରମ୍ବାର ଦୁଷ୍କର୍ମ କରିବା ପରେ ପୀଡିତାଙ୍କୁ ୩୧/୦୫/୨୦୨୪ରେ ବାରିଣିପୁଟ ଠାରେ ଛାଡି ଅଭିଯୁକ୍ତ ଚମ୍ପଟ ମାରିଥିଲା l ତା'ପରେ ପୀଡିତାଙ୍କ ବାପା ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ମହିଳା ପୋଲିସ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ତଦନ୍ତରେ ଜାଣି ପୋଲିସ ଅଭିଯୁକ୍ତ ସୁରେନ୍ଦ୍ର ନାୟକକୁ ଗିରଫ କରି କୋର୍ଟ ଚାଲଣ କରି ତାଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ କରିଥିଲା l ସରକାରଙ୍କ ତରଫରୁ ସ୍ୱତନ୍ତ୍ର ସରକାରୀ ଓକିଲ ସୁରେଶ କୁମାର ହଡ଼ପ ମାମଲାର ପରିଚାଳନା କରିଥିଲେ |

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande