ଜିଲାପାଳଙ୍କ କାର୍ଯ୍ୟାଳୟ ସାମନା ରାସ୍ତା ପାଲଟିଛି ମରଣଯନ୍ତା
ଜିଲାପାଳଙ୍କ କାର୍ଯ୍ୟାଳୟ ସାମନା ରାସ୍ତା ପାଲଟିଛି ମରଣଯନ୍ତା
ଜିଲାପାଳଙ୍କ କାର୍ଯ୍ୟାଳୟ ସାମନା ରାସ୍ତା ବଖାଣୁଛି ଗ୍ରାମ ଉନ୍ନୟନ ବିଭଗର ସଫଳତାର କାହାଣୀ


ବୌଦ୍ଧ, ୨୯ ଅଗଷ୍ଟ (ହି.ସ.)- ସାମାନ୍ୟ ମରାମତି ଓ ନିର୍ମାଣ ଅଭାବରୁ ଏକ ପ୍ରମୁଖ ରାସ୍ତା ଏବେ ଲୋକଙ୍କ ପାଇଁ ସାଜିଛି ମରଣଯନ୍ତା l ପ୍ରତିଦିନ ସାଧାରଣ ଲୋକଙ୍କ ସହିତ ଛାତ୍ରଛାତ୍ରୀମାନେ ଭୋଗୁଛନ୍ତି ଅକଥନୀୟ ଦୁର୍ଦଶା l ନିଜେ ରାସ୍ତା ଦେଇ ନଗଲେ ଯାଣି ହେଉନାହିଁ କେତେ ଦୂରାବସ୍ଥାରେ ରହିଛି ରାସ୍ତାଟି । ନବଗଠିତ ବୌଦ୍ଧ ମୁନ୍ସିପାଲଟିର ୧୮ ନମ୍ବର ୱାର୍ଡ ଯାହାକି ଜିଲାପାଳଙ୍କ କାର୍ଯ୍ୟାଳୟର ସାମ୍ନା ଅଂଚଳକୁ ନେଇ ଗଠିତ l ଜଗନ୍ନାଥ ସଡକ ସହିତ ମାଉଳସିଙ୍ଗା ଦେଇ ବୁଟୁପାଲିକୁ ଯୋଡ଼ୁଥିବା ପ୍ରମୁଖ ସଡକ ଦେଇ ପ୍ରତିଦିନ ହଜାର ହଜାର ଲୋକେ ଜିଲାପାଳଙ୍କ ସମତେ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଯାଇଥାନ୍ତି l ଏହା ବ୍ୟତୀତ ଶତାଧିକ ଛାତ୍ରଛାତ୍ରୀ ମଧ୍ୟ ଏହି ରାସ୍ତା ଦେଇ କେନ୍ଦ୍ରୀୟ ବିଦ୍ୟାଳୟ ଓ ଅନ୍ୟାନ୍ୟ ବିଦ୍ୟାଳୟକୁ ଯାଇଥାନ୍ତି l ଦୁଇ କିଲୋମିଟର ବିଶିଷ୍ଟ ରାସ୍ତାର ମାତ୍ର ୫୦ ମିଟର ରାସ୍ତା ନିର୍ମାଣ ହୋଇନଥିବାରୁ ଏବେ ଖାଲଖମାର ଭର୍ତି ହୋଇଯାଇଛି l ସାମାନ୍ୟ ବର୍ଷା ଓ ପରବର୍ତୀ କାଦ ଓ ପଙ୍କ ଲୋକଙ୍କ ପାଇଁ ଦୁର୍ଦଶାର କାରଣ ସାଜିଛି l ଦୁଇ କିଲୋମିଟର ରାସ୍ତାରୁ ମଧ୍ୟ ସ୍ଥଳରେ ଥିବା ୫୦ ମିଟର ରାସ୍ତାକୁ ଛାଡି ଦେଇ ଗତ ବର୍ଷ ଫ୍ଲେବର ବ୍ଲକ ପକାଯାଇ ନିର୍ମାଣ କରାଯାଇଥିଲା l ଉକ୍ତ ରାସ୍ତା ଦେଇ ପ୍ରତିଦିନ ଅନେକ ଭାରୀଯାନ ଯିବାଆସିବା କରୁଥିବାରୁ ଲୋକେ ଫ୍ଲେବର ବ୍ଲକ ନପକାଇ ସ୍ଥାୟୀ ରାସ୍ତା ନିର୍ମାଣ କରିବାକୁ ଦାବି କରିଥିଲେ ମଧ୍ୟ ଵିଭାଗୀୟ ଅଧିକାରୀମାନେ କର୍ଣପାତ କରିନଥିଲେ l ଏବେ ଉକ୍ତ ରାସ୍ତାଟି ଅନେକ ସ୍ଥାନରୁ ଭାଙ୍ଗି ଯାଇ ବ୍ୟବହାର ଅନୁପଯୋଗୀ ହୋଇପଡିଛି l ଏହି ରାସ୍ତା ହିଁ ବୌଦ୍ଧ ଜିଲାର ଗ୍ରାମ ଉନ୍ନୟନ ବିଭାଗର ସଫଳତାର କାହାଣୀ ବଖାଣୁଛି l ଜିଲାପାଳଙ୍କ କାର୍ଯ୍ୟାଳୟ ସାମନା ରାସ୍ତା ଅବସ୍ଥା ଯଦି ଏ ରକମ ହୋଇଛି ତେବେ ଗ୍ରାମାଞ୍ଚଳ ଓ ଅପହଞ୍ଚ ଅଂଚଳର ରାସ୍ତାର ଅବସ୍ଥା କିପରି ହୋଇଥିବା ତାହା ଅନୁମାନ କରିହେଉଛି l ଏହି ରାସ୍ତାର ମରାମତି ଓ ନିର୍ମାଣ ନେଇ ଲୋକେ ଅନେକ ଥର ନିର୍ବାହୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ କି ଏ ସମ୍ପର୍କରେ ଶୁଣାଣି ହେଉନାହିଁ l ଜିଲାର ଭଲ ଭଲ ରାସ୍ତା ଉପରେ ଆଉଥରେ କାମ କରାଯାଇ ସରକାରୀ ଅର୍ଥର ହରିଲୁଟ କରାଯାଉଛି । ଅନ୍ୟପକ୍ଷରେ ଏହି ପ୍ରମୁଖ ରାସ୍ତାର ନିର୍ମାଣ ଓ ମରାମତି କରିବାକୁ ବିଭାଗର ଆଗ୍ରହ ନାହିଁ । ସାଧାରଣ ବର୍ଷାରେ ରାସ୍ତାଟି ମରଣଯନ୍ତା ପାଲଟି ଯାଉଛି l ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଥିବା ବେଳେ ଏହାର ରକ୍ଷଣା ବେକ୍ଷଣ ଓ ମରାମତି ପାଇଁ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ l ରାସ୍ତାକୁ ପୂର୍ତ ବିଭାଗକୁ ହସ୍ତାନ୍ତର କରାଯିବା, ସ୍ଥାୟୀ ରାସ୍ତା ନିର୍ମାଣ କରାଯିବା, ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ କରାଯିବାକୁ ଲୋକେ ଦାବି କରିଛନ୍ତି l

ହିନ୍ଦୁସ୍ଥାନ ସମାଚାର / ସମ୍ପତ


 rajesh pande