ସରସ୍ୱତୀ ବେଦପାଠଶାଳାରେ ଶ୍ରାବଣୀ ଉପାକର୍ମ ଓ ବାର୍ଷିକୋତ୍ସବ
ଭଦ୍ରକ, ୨୯ ଅଗଷ୍ଟ (ହି.ସ.) - ସରସ୍ୱତୀ ବୈଦିକ ବିଦ୍ୟାପୀଠରେ ଶ୍ରାବଣୀ ପୂର୍ଣ୍ଣିମା ଉପାକର୍ମ ଓ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଡ଼. ସଦାନନ୍ଦ ଦୀକ୍ଷିତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ସରସ୍ୱତୀ ବିଦ୍ୟା ବିହାରର ଶହ ଶହ ଛାତ୍ରଛାତ୍ରୀ ସ୍ୱାଗତ କରିବା ପରେ ମାନ୍ୟବର ବିଧାୟକ ସିତାଂଶୁ ଶେଖର ମହାପା
SARASWATI BEDA PATHASALA


ଭଦ୍ରକ, ୨୯ ଅଗଷ୍ଟ (ହି.ସ.) - ସରସ୍ୱତୀ ବୈଦିକ ବିଦ୍ୟାପୀଠରେ ଶ୍ରାବଣୀ ପୂର୍ଣ୍ଣିମା ଉପାକର୍ମ ଓ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଡ଼. ସଦାନନ୍ଦ ଦୀକ୍ଷିତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ସରସ୍ୱତୀ ବିଦ୍ୟା ବିହାରର ଶହ ଶହ ଛାତ୍ରଛାତ୍ରୀ ସ୍ୱାଗତ କରିବା ପରେ ମାନ୍ୟବର ବିଧାୟକ ସିତାଂଶୁ ଶେଖର ମହାପାତ୍ର ଋତ୍ୱିକ୍ ଭାବରେ ଯୋଗଦେଇ ବେଦବଟୁମାନଙ୍କୁ ବୈଦିକ ସଂକଳ୍ପ କରାଇବା ପରେ ଓଡ଼ିଶା ବ୍ରାହ୍ମଣ ମହାସଂଘର ଭଦ୍ରକ ଜିଳ୍ଲା ସଭାପତି ଆଚାର୍ଯ୍ୟ ଚିନ୍ମୟାନନ୍ଦ, ବରିଷ୍ଠ ପଣ୍ଡିତଗଣ କୃଷ୍ଣ ଚନ୍ଦ୍ର ପତ୍ରୀ, ବୁଦ୍ଧିରାମ ପାଣିଗ୍ରାହୀ, ବ୍ରହ୍ମାନନ୍ଦ ଦୀକ୍ଷିତ, ନରହରି ଦାଶ, ବିନୋଦ ଦାଶ, ରମାକାନ୍ତ ଶତପଥୀ, ରାମଚନ୍ଦ୍ର ପଣ୍ଡା, ପୀତାମ୍ବର ପତି, ଶ୍ୟାମ ସୁନ୍ଦର ପଣ୍ଡା ପ୍ରମୁଖ ବେଦବଟୁକମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟାତିଥି ଭାବେ ଲବ୍ଧାବସର ମୁଖ୍ୟଯନ୍ତ୍ରୀ ଇଂ ସୁବ୍ରତ କୁମାର ଦାଶ, ଡ଼. ଭାଗବତ ତ୍ରିପାଠୀ, ଯୋଗାଚାର୍ଯ୍ୟ ରାଜେନ୍ଦ୍ର ପାଢ଼ୀ, ରାଜେନ୍ଦ୍ର ପଣ୍ଡା, ମନୋଜ ପଣ୍ଡା, ଆଚାର୍ଯ୍ୟା ଅନ୍ନପୂର୍ଣ୍ଣ ଦେବୀ ପ୍ରମୁଖ ଯୋଗଦେଇ ବେଦପାଠଶାଳାର ଉନ୍ନତି କାମନା କରିଥିଲେ । ପ୍ରାରମ୍ଭରେ ବେଦାଚାର୍ଯ୍ୟ ସଂଜୟ କୁମାର ପାଣିଗ୍ରାହୀ, ପଣ୍ଡିତ ଦୀପକ ପାଢ଼ୀ ଓ ପଣ୍ଡିତ ପ୍ରଭଞ୍ଜନ ପତିଙ୍କ ଦ୍ୱାରା ବୈଦିକ ଯଜ୍ଞର ଆୟୋଜନ କରାଯାଇଥିଲା । ବେଦବଟୁକମାନେ ଶ୍ରୌତ୍ରୀୟ ବିଧିରେ ସଂସ୍କାରିତ ହେବା ପରେ ଉପବୀତ ଧାରଣ କରିଥିଲେ ଏବଂ ବେଦପାଠର ଶୁଭାରମ୍ଭ କରାଯାଇଥିଲା । ବିଧାୟକ ଶ୍ରୀ ମହାପାତ୍ର ସରସ୍ୱତୀ ବିହାର ବେଦପାଠଶାଳା, ପୋଥି ସଂରକ୍ଷଣ କେନ୍ଦ୍ର, ଗ୍ରନ୍ତାଗାର ଓ ସରସ୍ୱତୀ ବିଦ୍ୟା ବିହାର ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଆବଶ୍ୟକ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ସଭାପତି ଯୁଧିଷ୍ଟିର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande