ଆଦର୍ଶ ଶିକ୍ଷକ ସୁରେଶ ଦାଶଙ୍କ ପରଲୋକ
ଭଦ୍ରକ, ୨୯ ଅଗଷ୍ଟ (ହି.ସ.) - ଏହି ଜିଲାର ବନ୍ତ ବ୍ଲକ ଅଣିଜୋ ପଚାଂୟତ ଇଟୁଆ ଗ୍ରାମର ଆଦର୍ଶଶିକ୍ଷକ ତଥା ସଫଳ କ୍ରୀଡାବିତ୍ ସୁରେଶ ଦାଶ(୬୮)ଙ୍କ ହୃଦ୍ଘାତରେ ପରଲୋକ ଘଟିଛି । ଶାରିରୀକ ଅସୁସ୍ଥତା ହେତୁ ଘରୋଇ ଚିକିତ୍ସାରେ ଥିବା ବେଳେ ଶନିବାର ମୃତ୍ୟୁବରଣ କରିଥିଲେ । ମୃତ୍ୟୁଖବର ପାଇ ଅବସରପ୍ରାପ୍ତ ଅଧ୍ୟ
SURSH DASH FILE PHOTO


ଭଦ୍ରକ, ୨୯ ଅଗଷ୍ଟ (ହି.ସ.) - ଏହି ଜିଲାର ବନ୍ତ ବ୍ଲକ ଅଣିଜୋ ପଚାଂୟତ ଇଟୁଆ ଗ୍ରାମର ଆଦର୍ଶଶିକ୍ଷକ ତଥା ସଫଳ କ୍ରୀଡାବିତ୍ ସୁରେଶ ଦାଶ(୬୮)ଙ୍କ ହୃଦ୍ଘାତରେ ପରଲୋକ ଘଟିଛି । ଶାରିରୀକ ଅସୁସ୍ଥତା ହେତୁ ଘରୋଇ ଚିକିତ୍ସାରେ ଥିବା ବେଳେ ଶନିବାର ମୃତ୍ୟୁବରଣ କରିଥିଲେ । ମୃତ୍ୟୁଖବର ପାଇ ଅବସରପ୍ରାପ୍ତ ଅଧ୍ୟାପକ ବିଜୟ ମହାନ୍ତି, ସମାଜସେବୀ ସନ୍ତୋଷ ବାରିକ, ଆଇନଜିବୀ ସୁରେନ୍ଦ୍ର କର, ଭାଗବତ ପଣ୍ଡା, ଗଣେଶ ପଣ୍ଡା, ଭୀମସେନ ସାହୁ ପ୍ରମୁଖ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କୁ ଶୋଭାଯାତ୍ରାରେ ନିଆଯାଇ ଦାହ କରାଯାଇଥିଲା । ଜୈଷ୍ଠ୍ୟପୁତ୍ର ଅଭିଷେକ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତଃ ସୁରେଶ ଜଣେ ଆଦର୍ଶବାନ, କର୍ତବ୍ୟନିଷ୍ଠ ଶିକ୍ଷକ ଥିବା ବେଳେ ଜିଲ୍ଲାର ଜଣେ ଆଗଧାଡିର ଫୁଟବଲ୍ ଖେଳାଳୀ ଭାବେ ବେଶ ଖ୍ୟାତିଲାଭ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande