ସଂସ୍କୃତ ଦିବସ ଓ ଜାତୀୟ କ୍ରୀଡ଼ା ଦିବସ ପାଳିତ
ନୂଆପଡ଼ା,୨୯ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଂସ୍କୃତ ଦିବସ ଓ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ଶାରୀରିକ ଶିକ୍ଷା ଅଧ୍ୟାପକ ସରୋଜ କୁମାର ପଣ୍ଡା, ଛାତ୍ର କଲ୍ୟାଣ ଅଧିକାରୀ ଗୀତାଶ୍ରୀ ପ୍ରିୟମ୍ବଦା ଓ ସ
Sanskrut dibas O jatiya krida dibas


ନୂଆପଡ଼ା,୨୯ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଂସ୍କୃତ ଦିବସ ଓ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ଶାରୀରିକ ଶିକ୍ଷା ଅଧ୍ୟାପକ ସରୋଜ କୁମାର ପଣ୍ଡା, ଛାତ୍ର କଲ୍ୟାଣ ଅଧିକାରୀ ଗୀତାଶ୍ରୀ ପ୍ରିୟମ୍ବଦା ଓ ସହ-ଛାତ୍ର କଲ୍ୟାଣ ଅଧିକାରୀ ସାଗରିକା ପଣ୍ଡାଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ କ୍ୟାପଟେନ ଡ. ବିଷ୍ଣୁଦେବ ସିଂ ମଲ୍ଲିକ, ଡ. ରାଜକୁମାର ରତେ, ଆଭ୍ୟନ୍ତରୀଣ ଅଭିଯୋଗ ସହ-ଅଧିକାରୀ ଅଧ୍ୟାପିକା ନିବେଦିତା ଆଚାରୀ, ସନ୍ତୋଷୀ ଶର୍ମା, ପ୍ରଣତି ପଣ୍ଡା, ପ୍ରମୋଦ ଜାଲ, ରୀତା ବାରିକ, ପ୍ରଦୀପ କୁମାର ବେହେରା, ଜିତେନ୍ଦ୍ର କଳସାଇ, ହରିହର ଭେସରା, ଅଭିଷେକ ରଥ, ଅଜିତେଶ ପାଢ଼ୀ, ବିବେକ ସାହୁ, ଆଶୁତୋଷ ଯୋଶୀ, ପରେଶ କୁମାର ବାରିକ, ରବୀନ୍ଦ୍ର ବାଗ, ବିଜୁ ନାଏକ, ଗିରିଧାରୀ ନାଏକ ଓ ଦୁଲ୍ଲଭ ବେହେରାଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯୋଗଦେଇଥିଲେ। ଅଧ୍ୟକ୍ଷ ଶ୍ରୀ ପଣ୍ଡା ଜାତୀୟ କ୍ରୀଡ଼ା ଦିବସ ପାଳନର ଗୁରୁତ୍ୱ ଏବଂ ମେଜର ଧ୍ୟାନଚାନ୍ଦଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ସଂସ୍କୃତ ଭାଷା ଭାରତୀୟ ସଂସ୍କୃତି ଓ ପରମ୍ପରାର ଏକ ମହତ୍ୱପୂର୍ଣ୍ଣ ଅଂଶ ବୋଲି ଉଲ୍ଲେଖ କରି ସଂସ୍କୃତକୁ ‘ଦେବଭାଷା’ ଓ ‘ପୂଜ୍ୟ ଭାଷା’ ଭାବେ ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ମହାବିଦ୍ୟାଳୟରୁ ନିକଟସ୍ଥ ମୁକ୍ତାପୁର ଗ୍ରାମ ପର୍ଯ୍ୟନ୍ତ ଏକ ପଦଯାତ୍ରା ଆୟୋଜିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନେ ସାମୂହିକ ଭାବେ ଯୋଗଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande