
କେନ୍ଦ୍ରାପଡା 29 ଅଗଷ୍ଟ (ହି.ସ.)ପବିତ୍ର ଶ୍ରାବଣ ପୂର୍ଣ୍ଣିମା ଅବସରରେ ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ, ରେଡିଓ ଭାବଗ୍ରାହୀ ଏବଂ ସରୋଜିନୀ ଷ୍ଟୁଡିଓର ମିଳିତ ଆନୁକୁଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ରକ୍ଷା ବନ୍ଧନ, ବଳଦେବଜୀଉଙ୍କ ଜନ୍ମୋତ୍ସବ ଏବଂ ଲୋକକବି ଭାବଗ୍ରାହୀ ପରିଡ଼ାଙ୍କ ପତ୍ନୀ ଧର୍ମପ୍ରାଣ ମହିୟସୀ ସ୍ଵର୍ଗତା ସରୋଜିନୀ ପରିଡ଼ାଙ୍କ ନବମ ଶ୍ରାଦ୍ଧୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସରୋଜିନୀଙ୍କ ସୁପୁତ୍ର ବିଶିଷ୍ଟ ଗୀତିକାର, ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୋରଡ ଵାୟା ଆଶ୍ରମର ମହନ୍ତ ହୃଷୀକେଶ ଦାସ ମହାରାଜ ମୁଖ୍ୟ ବକ୍ତା ଭାବେ ସତୀର୍ଥ ସମ୍ପାଦକ ମନ୍ମଥ ନାଥ ବରାଳ, ବିଶିଷ୍ଟ ଅତିଥି ଭାବେ ରିଜର୍ଭ ପୋଲିସ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ରଣସିଂହ ଏବଂ ସମ୍ମାନିତ ଅତିଥି ଭାବେ କବି ଅମର ପ୍ରସାଦ ରାଉତ, ଶିକ୍ଷକ ଅଖିଳ ପ୍ରଧାନ, କଵୀ ବିଷ୍ଣୁପ୍ରିୟା ସାମଲ, ରେଡିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଶ୍ରୀମତୀ ଧୀରାମଣି ପରିଡ଼ା, ଆର୍ଡିସିଓ୍ଵ।ଇଓସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ, କୈଳାସ ରାଉତ୍,ଅଜୟ ସ୍ଵାଇଁ, ପ୍ରଵଚକ ଵିକ୍ରମ କେଶରୀ ପରିଡ଼ା ପ୍ରମୁଖ ଯୋଗ ଦେଇ ରକ୍ଷା ବନ୍ଧନ ଏବଂ ବଳଦେବଜୀଉଙ୍କ ଜନ୍ମୋତ୍ସବର ତାତ୍ପର୍ୟ୍ୟ ସମ୍ପର୍କରେ ଆଲୋଚନା କରିବା ସହିତ ସରୋଜିନୀ ପରିଡ଼ାଙ୍କ ସ୍ମୃତି ଚାରଣ ପୂର୍ବକ ଭକ୍ତିପୂତ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପ୍ରଥମେ ଅନୁଷ୍ଠାନ ପରିସରରେ ଥିବା ସରୋଜିନୀ ପରିଡ଼ା, ଲୋକକବି ଭାବଗ୍ରାହୀ ପରିଡ଼ା, ଅକ୍ଷୟ ମହାନ୍ତି ଏବଂ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ। ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ବିମଳ ପରିଡ଼ାଙ୍କ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନାରେ ହେନାଞ୍ଜଳି ଜେନା ଓ ରେଖାଞ୍ଜଳି ଜେନା ଭଜନ ଓ ଶ୍ରଦ୍ଧାଞ୍ଜଳି ସଙ୍ଗୀତ ଗାଇଥିଲେ। ବିମଳ ପରିଡ଼ା ଅତିଥି ପରିଚୟ ଏବଂ ସ୍ଵାଗତ ଭାଷଣ ପ୍ରଦାନ ପୂର୍ବକ ତାଙ୍କର ଜନ୍ମଦାତ୍ରୀ ସ୍ଵର୍ଗତା ସରୋଜିନୀ ପରିଡ଼ାଙ୍କୁ ଜଣେ ଅତି ମିଷ୍ଟଭାଷୀ, ସୁଗୁଣ ସଂପନ୍ନା, ଧର୍ମପ୍ରାଣ ମହିୟସୀ ମହିଳା ଭାବରେ ବର୍ଣ୍ଣନା କରିଥିଲେ। ସରୋଜିନୀଙ୍କ ସ୍ମୃତିରେ ନିର୍ମିତ ସରୋଜିନୀ ଷ୍ଟୁଡିଓ କାର୍ୟ୍ୟକ୍ଷମ ଅଛି ଏବଂ ଆଗାମୀ ଦିନରେ ସରୋଜିନୀ ଶୀର୍ଷକ ଏକ ସାହିତ୍ୟ ପତ୍ରିକା ପ୍ରକାଶ ପ୍ରକାଶ ପାଇବ ବୋଲି ଶ୍ରୀ ପରିଡ଼ା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଵର୍ଣ୍ଣକାନ୍ତ ପରିଡ଼ା, ସରସ୍ଵତୀ ସ୍ଵାଇଁ, ଗାୟକ ସୁରେନ୍ଦ୍ର ରାଉତ୍, ଚୈତନ୍ୟ ରାଉତ୍, ରଶ୍ମିତା ସୂତାର, ଅଙ୍କିତା ପରିଡ଼ା, ରତ୍ନ ମଞ୍ଜରୀ ପରିଡ଼ା, ଅଙ୍କିତା ସାହୁ, ଅର୍ପିତା ସାହୁ, ମହ୍ଲାର ଅର୍କେଷ୍ଟ୍ରାର ସମ୍ପାଦକ ରଞ୍ଜନ ବରାଳ, ରାଜକିଶୋର ପଣ୍ଡା, ବିକ୍ରମ ସାମଲ, ଫଗୁ ସ୍ଵାଇଁ, ମାଧବ ମଳିକ, ରେଣୁ ବାରିକ, ଉର୍ମିଳା ସୂତାର, ସବିତା ସ୍ଵାଇଁ,ରଜନୀ ବାରିକ, ଆରତୀ ସ୍ବାଇଁ, ଜାନକୀ ସୂତାର, ମାଳତୀ ଓଝା, ବିନତୀ ପରିଡ଼ା, ଅମର ବିଶ୍ବାଳ, ଇଲାରାଣୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶେଷରେ ସରୋଜିନୀଙ୍କ ଧର୍ମ ପୁତ୍ରୀ ଲକ୍ଷ୍ମୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରବି