ଦକ୍ଷିଣ କୋରିଆ, ଆମେରିକା ଏବଂ ଜାପାନ ଆସନ୍ତା ସପ୍ତାହରେ କରିବେ ତ୍ରିପାକ୍ଷିକ ସାମରିକ ଅଭ୍ୟାସ
ସିଓଲ, ୨୯ ଅଗଷ୍ଟ (ହି.ସ.)- ଦକ୍ଷିଣ କୋରିଆ, ଆମେରିକା ଏବଂ ଜାପାନ ଆସନ୍ତା ମାସ ଆରମ୍ଭରେ ପୁଣି ଥରେ ମିଳିତ ସାମରିକ ଅଭ୍ୟାସ କରିବେ। ଦକ୍ଷିଣ କୋରିଆର ଜଏଂଟ ଚିଫ୍ସ ଅଫ୍ ଷ୍ଟାଫ (ଜେସିଏସ) ଶୁକ୍ରବାର କହିଛି ଯେ ତିନି ଦେଶର ବହୁ-କ୍ଷେତ୍ରୀୟ ‘ଫ୍ରିଡମ ଏଜ’ ସାମରିକ ଅଭ୍ୟାସ ୭ରୁ ୧୧ ସେପ୍େଟମ୍ବର ପର୍ଯ୍ୟ
ଦକ୍ଷିଣ କୋରିଆ, ଆମେରିକା ଏବଂ ଜାପାନ ଆସନ୍ତା ସପ୍ତାହରେ କରିବେ ତ୍ରିପାକ୍ଷିକ ସାମରିକ ଅଭ୍ୟାସ


ସିଓଲ, ୨୯ ଅଗଷ୍ଟ (ହି.ସ.)- ଦକ୍ଷିଣ କୋରିଆ, ଆମେରିକା ଏବଂ ଜାପାନ ଆସନ୍ତା ମାସ ଆରମ୍ଭରେ ପୁଣି ଥରେ ମିଳିତ ସାମରିକ ଅଭ୍ୟାସ କରିବେ। ଦକ୍ଷିଣ କୋରିଆର ଜଏଂଟ ଚିଫ୍ସ ଅଫ୍ ଷ୍ଟାଫ (ଜେସିଏସ) ଶୁକ୍ରବାର କହିଛି ଯେ ତିନି ଦେଶର ବହୁ-କ୍ଷେତ୍ରୀୟ ‘ଫ୍ରିଡମ ଏଜ’ ସାମରିକ ଅଭ୍ୟାସ ୭ରୁ ୧୧ ସେପ୍େଟମ୍ବର ପର୍ଯ୍ୟନ୍ତ ଦକ୍ଷିଣ କୋରିଆର ଦକ୍ଷିଣ ଉପକୂଳ ନିକଟ ଅନ୍ତର୍ଜାତୀୟ ଜଳସୀମାରେ ଆୟୋଜିତ ହେବ।

ଦକ୍ଷିଣ କୋରିଆର ସରକାରୀ ସମ୍ବାଦ ଏଜେନ୍ସି ୟୋନହାପ

ଜେସିଏସ ଙ୍କୁ ଉଦ୍ଧୃତ କରି କହିଛି ଯେ ଏହି ଅଭ୍ୟାସ ଜେଜୁ ଦ୍ୱୀପର ପୂର୍ବ ଏବଂ ଦକ୍ଷିଣରେ ଥିବା ସମୁଦ୍ର ଅଂଚଳରେ ହେବ। ଏଥିରେ ତିନି ଦେଶର ସେନା ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ମିଳିତ ପରିଚାଳନା ଏବଂ ପାରସ୍ପରିକ ସମନ୍ୱୟକୁ ସୁଦୃଢ଼ କରିବା ଉପରେ ଜୋର ଦିଆଯିବ। ଜେସିଏସ କହିଛି ଯେ ‘ଫ୍ରିଡମ ଏଜ’ ଅଭ୍ୟାସ ପ୍ରତିରକ୍ଷାତ୍ମକ ପ୍ରକୃତିର ଏବଂ ତିନି ଦେଶ ଏହାକୁ ପ୍ରତିବର୍ଷ ଉତର କୋରିଆର ପରମାଣୁ ଏବଂ କ୍ଷେପଣାସ୍ତ୍ର ବିପଦର ମୁକାବିଲା କରିବା ତଥା ଆଂଚଳିକ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଉଦ୍ଦେଶ୍ୟରେ ଆୟୋଜନ କରନ୍ତି।

ଏହି ଅଭ୍ୟାସ ଏପରି ସମୟରେ ହେଉଛି ଯେତେବେଳେ ଉତର କୋରିଆର ପରମାଣୁ ଏବଂ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ନେଇ ଆମେରିକା, ଦକ୍ଷିଣ କୋରିଆ ଏବଂ ଜାପାନ ମଧ୍ୟରେ ସୁରକ୍ଷା ସହଯୋଗ ଲଗାତାର ବଢ଼ୁଛି।

‘ଫ୍ରିଡମ ଏଜ’ ଆୟୋଜନକୁ ନେଇ ଦକ୍ଷିଣ କୋରିଆ ଏବଂ ଆମେରିକା ଗତ ସପ୍ତାହରେ ନିଜର ଦ୍ୱିପାକ୍ଷିକ ‘ଉଲ୍ଚି ଫ୍ରିଡମ ଶିଲ୍ଡ’ (ୟୁଏଫଏସ) ସାମରିକ ଅଭ୍ୟାସକୁ କମାଇ ଦେଇଥିଲେ। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ଏହି ନିଷ୍ପତି ନିଆଯାଇଥିଲା। ଏହାକୁ ଉତର କୋରିଆ ସହିତ ଉତେଜନା କମାଇବା ଏବଂ କୂଟନୈତିକ ଯୋଗାଯୋଗର ସମ୍ଭାବନା ବଢ଼ାଇବାର ସଙ୍କେତ ଭାବେ ମଧ୍ୟ ଦେଖାଯାଇଥିଲା।

--------------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande