
ପୁରୀ, ୨୯ ଅଗଷ୍ଟ (ହି.ସ.)- ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉମାନଙ୍କ ବଡ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି । ଏଥିନେଇ ପ୍ରାୟ ଦେଢ଼ ଘଂଟା ଧରି ଦର୍ଶନ ବନ୍ଦ ରହିଥିଲା । ଅପରାହ୍ନ ୨ଟା ୩୦ ପରେ ସର୍ବସାଧାରଣ ଦର୍ଶନ ପୁନଃ ଦର୍ଶନ ଆରମ୍ଭ ହୋଇଛି ।
ଭିତର କାଠ ଧୁକୁଡ଼ି ଦ୍ୱାର ନିକଟରେ ବାନ୍ତି ପଡିଥିବା ଦେଖି ଗାରଦକୁ ଖବର ଦେଇଥିଲେ ଜଗନ୍ନାଥ ଟେମ୍ପୁଲ ପୋଲିସ (ଜେଟିପି) । ଏହାପରେ ଶ୍ରୀବିଗ୍ରହମାନଙ୍କ ବଡ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା । ମହାସ୍ନାନ ନୀତି, ଶୋଧ ପରେ ପୁଣି ଥରେ ଦର୍ଶନ ଆରମ୍ଭ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ