ଥାପାଗୁଡା ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କଲେ ବିଧାୟକ, ନିର୍ମାଣ ଧୀନ କାର୍ଯ୍ୟକୁ ସଠିକ ଭାବେ କରିବା ପାଇଁ ଦେଲେ ନିର୍ଦେଶ
ମାଲକାନଗିରି , ୨୯ ଅଗଷ୍ଟ (ହି.ସ.)ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଥାପାଗୁଡା ଆଶ୍ରମ ବିଦ୍ୟାଳୟକୁ ଗସ୍ତ କରି ବିଭିନ୍ନ ସମୀକ୍ଷା କଲେ ବିଧାୟକ ନରସିଂହ ମାଡକାମୀ। ଶ୍ରୀ ମାଡକାମୀ ଆଜି ଥାପାଗୁଡା ଆଶ୍ରମ ବିଦ୍ୟାଳୟ ଯାଇ ସେଠାରେ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷା ପ୍ରଦାନ ବିଷୟକୁ ନେଇ ଆଲୋଚନା କରି
ଥାପାଗୁଡା ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କଲେ ବିଧାୟକ, ନିର୍ମାଣ ଧୀନ କାର୍ଯ୍ୟକୁ ସଠିକ ଭାବେ କରିବା ପାଇଁ ଦେଲେ ନିର୍ଦେଶ


ମାଲକାନଗିରି , ୨୯ ଅଗଷ୍ଟ (ହି.ସ.)ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଥାପାଗୁଡା ଆଶ୍ରମ ବିଦ୍ୟାଳୟକୁ ଗସ୍ତ କରି ବିଭିନ୍ନ ସମୀକ୍ଷା କଲେ ବିଧାୟକ ନରସିଂହ ମାଡକାମୀ। ଶ୍ରୀ ମାଡକାମୀ ଆଜି ଥାପାଗୁଡା ଆଶ୍ରମ ବିଦ୍ୟାଳୟ ଯାଇ ସେଠାରେ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷା ପ୍ରଦାନ ବିଷୟକୁ ନେଇ ଆଲୋଚନା କରିବା ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ତେବେ ବିଦ୍ୟାଳୟ ପରିସରରେ ବିଭିନ୍ନ କାର୍ଯ୍ୟ ଜାରି ରହିଥିବା ବେଳେ ସେହି କାର୍ଯ୍ୟର ମାନ ଯାଞ୍ଚ କରିବା ସହ ବିଭାଗୀୟ ଅଧିକାରୀଙ୍କୁ କାର୍ଯ୍ୟ ସଠିକ ଭାବେ କରାଇବା ପାଇଁ ନିର୍ଦେଶ ଦେଇଥିଲେ। ବିଦ୍ୟାଳୟରେ ଥିବା ଶୌଚଳୟ ଗୃହ ନିର୍ମାଣ କାର୍ଯ୍ୟ ହେଉଥିବା ବେଳେ କାର୍ଯ୍ୟ ସଠିକ ଭାବେ ହେଉ ନଥିବା ଅଭିଯୋଗ ପାଇ ବିଭାଗୀୟ ଅଧିକାରୀଙ୍କୁ ଏଦିଗରେ ଦ୍ରୁଷ୍ଟି ଦେବାକୁ ସେ ନିର୍ଦେଶ ଦେଇଥିଲେ। ଛାତ୍ର ଛାତ୍ରୀ ଦେଶର ଆଗାମୀ ଭବିଷ୍ୟତ, ଏମାନଙ୍କ ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେଣୁ ବିଦ୍ୟାଳୟରେ ହେଉଥିବା କାର୍ଯ୍ୟର ମାନ ନିମ୍ନ ମାନରେ ହେଲେ ସେ କଦାପି ଏହାକୁ ଗ୍ରହଣ କରିବେ ନାହି ବୋଲି ପ୍ରକାଶ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande