ମହିଳା ସୁରକ୍ଷା ଅଧୂନିୟମ ଓ ଯୌତୁକ ନିଷେଧ ନେଇ ଜିଲ୍ଲାସ୍ତରୀୟ କର୍ମଶାଳା
ଖୋର୍ଦ୍ଧା, ୨୯ ଅଗଷ୍ଟ (ହି.ସ.) - ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ, ଖୋର୍ଦ୍ଧା ଆନୁକୁଲ୍ୟରେ ଜିଲ୍ଲା ସମ୍ମିଳନୀ କକ୍ଷରେ ଘରୋଇ ହିଂସାରୁ ମହିଳାମାନଙ୍କ ସୁରକ୍ଷା ଅଧୂନିୟମ ୨୦୦୫ ଓ ଯୌତୁକ ପ୍ରଥା ନିଷେଧ ୧୯୬୧ ଆଇନ ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମହିଳା ଓ ଶିଶୁ ବିକାଶ ବିଭାଗ
Womens


ଖୋର୍ଦ୍ଧା, ୨୯ ଅଗଷ୍ଟ (ହି.ସ.) - ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ, ଖୋର୍ଦ୍ଧା ଆନୁକୁଲ୍ୟରେ ଜିଲ୍ଲା ସମ୍ମିଳନୀ କକ୍ଷରେ ଘରୋଇ ହିଂସାରୁ ମହିଳାମାନଙ୍କ ସୁରକ୍ଷା ଅଧୂନିୟମ ୨୦୦୫ ଓ ଯୌତୁକ ପ୍ରଥା ନିଷେଧ ୧୯୬୧ ଆଇନ ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମାଜ କଲ୍ୟାଣ ଅଧୂକାରୀ କୁସୁମ କୁମାରୀ ପ୍ରହରାଜ ଏଥିରେ ଅଧ୍ୟକ୍ଷତା କରିଥିଲେ। ଆଇନଜୀବୀ ତଥା ପୂର୍ବତନ ସିଡବ୍ଲୁସି ମେମ୍ବର ମାନସୀ ପାଢ଼ୀ ଯୋଗଦେଇ ମହିଳାମାନେ ଶିକାର ହେଉଥିବା ଘରୋଇ ହିଂସା, ସମସ୍ୟା ତଥା ଶାରୀରିକ ଅତ୍ୟାଚାର ବିରୋଧରେ କିପରି ସଚେତନତା ସୃଷ୍ଟି କରାଯିବ ସେ ବିଷୟରେ ଅବଗତ କରାଇଥିଲେ। ନାରୀଙ୍କୁ ସଚେତନ କରିବା ସହିତ, ପୁରୁଷଙ୍କୁ ମଧ୍ୟ ଶିକ୍ଷାପ୍ରଦ ହେବ ଯେ ଯେପରି ତାଙ୍କ ଦ୍ୱାରା କୌଣସି ବର୍ଗର ନାରୀ ନିର୍ଯ୍ୟାତିତ ନହୁଅନ୍ତି। ଗୋଟିଏ ସମାଜର ଉତଥାନ ପାଇଁ ନାରୀଙ୍କ ସମ୍ମାନ ଓ ଉତଥାନ ନିତାନ୍ତ ଆବଶ୍ୟକ । ଏଥିରେ ଡିଆଇପିଆରଓ, ସମସ୍ତ ପିଓ, ସିଡିପିଓ, ଆଇନଜିବି ଡେପୁଟି ଚିଫ୍ ଡ଼ାଲସା, ଡିଏଚ୍ଇଡବ୍ଲ୍ୟୁ ଖୋର୍ଦ୍ଧା ହବ୍ର ସମସ୍ତ ଷ୍ଟାଫ୍, ଏନଜିଓର୍ ପ୍ରେସିଡେଂଟ ଓ ସେକ୍ରେଟାରୀମାନେ, ଶକ୍ତି ସଦନର ସୁପରିଟେଣ୍ଡେଂଟମାନେ, ସଖୀର ସୈଣ୍ଟର ଆଡମିନ୍, କେସ୍ ୱାର୍କ,ର୍ କାଉନସେଲର, ଆଇନଜିବି ଓ ଫ୍ୟାମିଲି କାଉନସେଲର୍ ପ୍ରମୁଖ ଯୋଗଦେଇ ସମାଜରୁ କିପରି ନାରୀ ନିର୍ଯ୍ୟାତନା କୁ ଉଚ୍ଛେଦ କରି ମହିଳାମାନଙ୍କୁ ସୁରକ୍ଷା ପ୍ରଦାନ କରାଯିବ ସେନେଇ ଆଲୋଚନା କରିଥିଲେ। ଏନେଇ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କହିଛନ୍ତି ଯେ ନାରୀଙ୍କର ସଚେତନତା ଓ ସୁରକ୍ଷା ହିଁ ଦେଶକୁ ଆଗକୁ ନେଇପାରିବ। କାର୍ଯ୍ୟକ୍ରମ ଶେଷରେ ଡିସି ହବ୍ ସମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande