ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ
କେନ୍ଦ୍ରାପଡ଼ା 29 ଅଗଷ୍ଟ (ହି.ସ.) କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ଗ୍ରାମ ପଞ୍ଚାୟତର ହଳଦିଆ ଗ୍ରାମରେ ଚାଞ୍ଚଲ୍ୟ। ନିଜ ଘର ସମ୍ମୁଖରେ ଥିବା ଏକ ଖୁଣ୍ଟରେ ହାତଗୋଡ ବନ୍ଧା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ସେହି ଗ୍ରାମର ୩୨ ବର୍ଷୀୟ ଚନ୍ଦନ
ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ


କେନ୍ଦ୍ରାପଡ଼ା 29 ଅଗଷ୍ଟ (ହି.ସ.) କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ଗ୍ରାମ ପଞ୍ଚାୟତର ହଳଦିଆ ଗ୍ରାମରେ ଚାଞ୍ଚଲ୍ୟ। ନିଜ ଘର ସମ୍ମୁଖରେ ଥିବା ଏକ ଖୁଣ୍ଟରେ ହାତଗୋଡ ବନ୍ଧା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ସେହି ଗ୍ରାମର ୩୨ ବର୍ଷୀୟ ଚନ୍ଦନ ଦାସ। ଏହା ଏକ ପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ସନ୍ଦେହ କରୁଥିବା ବେଳେ ଘଟଣା ସ୍ଥଳରେ ମାର୍ଶାଘାଇ ପୋଲିସ ସହ ସାଇଣ୍ଟିଫିକ ଟିମ୍ ଏବଂ ଡଗ୍ ସ୍କ୍ୱାର୍ଡ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସକାଳୁ ସକାଳୁ ହଳଦିଆ ଗ୍ରାମରେ ଶୋକାକୁଳ ପରିବେଶ। ଘର ସମ୍ମୁଖ ଖୁଣ୍ଟରେ ଝୁଲୁଛି ପୁଅର ନିଥର ଶରୀର। ହାତ ଗୋଡ ଦଉଡିରେ ବନ୍ଧା। ଦେଖିଲେ ଲାଗୁଛି ଯେମିତି କେହି ଅତି ନୃଶଂସ ଭାବେ ହତ୍ୟା କରି ଏଠାରେ ଫିଙ୍ଗି ଦେଇଛି। ଗତକାଲି ରାତି ପର୍ୟ୍ୟନ୍ତ ସବୁ ଠିକ୍ ଥିଲା, ହେଲେ ଆଜି ସକାଳୁ ଏଭଳି ଦୃଶ୍ୟ ଦେଖି ସ୍ତବ୍ଧ ହୋଇଯାଇଛି ପୁରା ଗାଁ। ଖବର ପାଇ ମାର୍ଶାଘାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ମୃତଦେହ ଜବତ କରିବା ସହ ଆଖପାଖ ଅଞ୍ଚଳକୁ ସିଲ୍ କରିଥିଲା ପୋଲିସ। ଏହା ଆତ୍ମହତ୍ୟା ନୁହେଁ, ହତ୍ୟା ବୋଲି ପ୍ରାଥମିକ ଅନୁମାନ କରାଯାଉଛି। ତଦନ୍ତ ପାଇଁ କେନ୍ଦ୍ରାପଡାରୁ ସାଇଣ୍ଟିଫିକ ଟିମ୍ ଏବଂ ଡଗ୍ ସ୍କ୍ୱାର୍ଡକୁ ଡକାଯାଇଛି। ଘଟଣା ସ୍ଥଳରୁ ନମୁନା ସଂଗ୍ରହ କରାଯାଇଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। କିଏ ଏବଂ କାହିଁକି ଚନ୍ଦନଙ୍କୁ ଏଭଳି ନୃଶଂସ ଭାବେ ହତ୍ୟା କଲା, ତାକୁ ନେଇ ଏବେ ଚର୍ଚା ଜୋର ଧରିଛି। ପୂର୍ବ ଶତ୍ରୁତା ନା ଅନ୍ୟ କୌଣସି କାରଣ ଏହି ହତ୍ୟା ପଛରେ ରହିଛି, ତାର ଖୋଳତାଡ କରୁଛି ପୋଲିସ। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande