
ନୂଆଦିଲ୍ଲୀ, ୨୯ ଅଗଷ୍ଟ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଜବେକିସ୍ତାନ ଗସ୍ତ ପୂର୍ବରୁ ସେଠାକାର ଯୁବକମାନଙ୍କ ଉତ୍ସାହ ଏବଂ ହିନ୍ଦୀରେ କରାଯାଇଥିବା ସ୍ୱାଗତକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଶନିବାର ସୋସିଆଲ ମିଡିଆ ମଂଚ ‘ଏକ୍ସ’ରେ ଉଜବେକ ଯୁବକମାନଙ୍କର ଏକ ଭିଡିଓ ସେୟାର କରି କହିଛନ୍ତି ଯେ ଯୁବକମାନେ ନିଜ ଭାବନାକୁ ଏତେ ସୁନ୍ଦର ଭାବେ ହିନ୍ଦୀରେ ବ୍ୟକ୍ତ କରିଥିବା ଦେଖି ସେ ବିଶେଷ ଖୁସି ଅନୁଭବ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉଜବେକିସ୍ତାନ ଯାତ୍ରା ଆରମ୍ଭ କରିବା ପୂର୍ବରୁ ସେଠାକାର ନିଜ ଯୁବ ବନ୍ଧୁମାନଙ୍କ ଉତ୍ସାହ ଦେଖି ସେ ବହୁତ ଖୁସି ଅଛନ୍ତି। ସେ କହିଛନ୍ତି ଯେ ଏହି ସମଗ୍ର ପ୍ରୟାସକୁ ଆହୁରି ବିଶେଷ କରୁଥିବା କଥା ହେଉଛି ଯେ ଯୁବକମାନେ ଏହି ବାର୍ତା ହିନ୍ଦୀରେ ଦେଇଛନ୍ତି ।
ଭିଡିଓରେ ତାଶକେଂଦର ଅନେକ ଉଜବେକ ଛାତ୍ର ପାଳିକ୍ରମେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଜ ରାଜଧାନୀରେ ସ୍ୱାଗତ କରିଥିଲେ ଏବଂ ଭାରତର ସଂସ୍କୃତି ପ୍ରତି ନିଜର ଆକର୍ଷଣ ତଥା ଦୁଇ ଦେଶ ମଧ୍ୟରେ ଦୀର୍ଘ ସମୟ ଧରି ଚାଲିଆସୁଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ଉଲ୍ଲେଖ କରିଥିଲେ।
ଜଣେ ଛାତ୍ର ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରି କହିଥିଲେ ଯେ ତାଶକେଂଦ ତାଙ୍କ ଆଗମନକୁ ଅଧୀରତାର ସହ ଅପେକ୍ଷା କରୁଛି। ଅନ୍ୟ ଜଣେ ଛାତ୍ର କହିଥିଲେ ଯେ ତାଶକେଂଦର ମାଟି ପ୍ରଧାନମନ୍ତ୍ରୀଙ୍କୁ ଡାକୁଛି ଏବଂ ସେ ଏହି ସାକ୍ଷାତ ପାଇଁ ଉତ୍ସୁକ ଅଛନ୍ତି।
ଜଣେ ଛାତ୍ରୀ କହିଥିଲେ ଯେ ସେମାନେ ହିନ୍ଦୀ ଭାଷା ଶିଖୁଛନ୍ତି ଏବଂ ଭାରତର ସଂସ୍କୃତିରେ ବହୁତ ପ୍ରଭାବିତ ଅଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କୁ ତାଶକେଂଦ ଆସିବା ପାଇଁ ସ୍ୱାଗତ କରି କହିଥିଲେ ଯେ ସେମାନେ ତାଙ୍କୁ ସ୍ୱାଗତ କରିବା ପାଇଁ ଉତ୍ସୁକ ଅଛନ୍ତି। ଅନ୍ୟ ଜଣେ ଛାତ୍ର ଭାରତ ଏବଂ ଉଜବେକିସ୍ତାନର ବନ୍ଧୁତାକୁ ବିଶେଷ ବୋଲି କହି ପ୍ରଧାନମନ୍ତ୍ରୀଙ୍କ ଶୀଘ୍ର ତାଶକଂଦ ପହଂଚିବାର ଆଶା ପ୍ରକାଶ କରିଥିଲେ।
---------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ