
ଜୟପୁର 29 ଅଗଷ୍ଟ (ହି.ସ.)ସେପ୍ଟେମ୍ବର -୧ ସିପିଆଇ ର ମହାସମାବେଶ ରେ ଯୋଗ ଦେବା ପାଇଁ ଆଜି ଶତାଧିକ ସିପିଆଇ କର୍ମୀ ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟ ଶ୍ରୀ ଉତ୍ତମ ମଲ୍ଲିକ ଙ୍କ ନେତୃତ୍ୱରେ ହୀରାଖଣ୍ଡ ଏକ୍ସପ୍ରେସ ଯୋଗେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଭୁବନେଶ୍ୱର ରୁ ଦିଲ୍ଲୀ ଯିବେ । ଏହି ମହାସମାବେଶ ଦରଦାମ୍ ବୃଦ୍ଧି ରୋକିବା ବିଫଳ , ବେକାରୀ ସମସ୍ୟା ସମାଧାନ ରେ ବିଫଳ , ଶିକ୍ଷା ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବିଫଳ ଏବଂ ଆଦାନୀ ଅମ୍ବାନୀ ଭଳି ପୁଞ୍ଜିପତି ମାନଙ୍କୁ ଦେଶର ସକଳ ସମ୍ପଦ ଶାଗ ମାଛ ମୂଲ୍ୟରେ ଟେକି ଦେବା ପ୍ରତିବାଦରେ ଦିଲ୍ଲୀର ରାମଲୀଳା ମୈଦାନରେ ପରିବର୍ତ୍ତନ ମହାସମାବେଶ ଅନୁଷ୍ଠିତ ହେବ । କେନ୍ଦ୍ର ରୁ ମୋଦୀ ସରକାର କୁ ହଟେଇବାର ବଜ୍ର ଆହ୍ୱାନ ନେଇ ଏହି ମହାସମାବେଶ ଅନୁଷ୍ଠିତ ହେବ । ଆସନ୍ତା କାଲି ଦ୍ଵିତୀୟ ପର୍ଯ୍ୟାୟରେ ମଧ୍ୟ କର୍ମୀ ମାନେ ଦିଲ୍ଲୀ ଯାତ୍ରା କରିବେ । ସିପିଆଇ ରାଜ୍ୟ କାର୍ଯ୍ୟକାରି କମିଟି ସଭ୍ୟ ଶ୍ରୀ ପ୍ରମୋଦ କୁମାର ମହାନ୍ତି ଓ ଏଆଇଟିୟୂସି ଜିଲ୍ଲା ସଭାପତି ଶ୍ରୀ ଯୁଧିଷ୍ଠିର ରାଉଳ ପ୍ରମୁଖ କର୍ମୀମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି