ବନ୍ୟା ବିପନ୍ନଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦାବି କଲେ ବିଜେପି ନେତ୍ରୀ ସୁଜାତା
କେନ୍ଦ୍ରାପଡ଼ା, 29 ଅଗଷ୍ଟ (ହି.ସ.) କେନ୍ଦ୍ରାପଡା ଜିଲ୍ଲାର ବରିଷ୍ଟ ବିଜେପି ନେତ୍ରୀ ସୁଜାତା ବାରିକ ଚଳିତ ବନ୍ୟା ବିପନ୍ନଙ୍କ ଥାଇଥାନ ଦାବି କରିଛନ୍ତି । ଏ ନେଇ ସେ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ସେ ତାଙ୍କ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି, ପଟ୍
ବନ୍ୟା ବିପନ୍ନଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦାବି କଲେ ବିଜେପି ନେତ୍ରୀ ସୁଜାତା


କେନ୍ଦ୍ରାପଡ଼ା, 29 ଅଗଷ୍ଟ (ହି.ସ.) କେନ୍ଦ୍ରାପଡା ଜିଲ୍ଲାର ବରିଷ୍ଟ ବିଜେପି ନେତ୍ରୀ ସୁଜାତା ବାରିକ ଚଳିତ ବନ୍ୟା ବିପନ୍ନଙ୍କ ଥାଇଥାନ ଦାବି କରିଛନ୍ତି । ଏ ନେଇ ସେ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ସେ ତାଙ୍କ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି, ପଟ୍ଟାମୁଣ୍ଡାଇ, ରାଜନଗର, ରାଜକନିକା, କେନ୍ଦ୍ରାପଡ଼ା ବ୍ଲକ ଓ ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ଅଞ୍ଚଳର ଲକ୍ଷ ଲକ୍ଷ ଲୋକ ବିପନ୍ନ ହୋଇଛନ୍ତି । ବହୁ କ୍ଷତିଗ୍ରସ୍ତ ଲୋକମାନଙ୍କର ଘର ଭାଙ୍ଗିଛି । ହଜାର ହଜାର ଚାଷୀଙ୍କ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି । ପନିପରିବା ଚାଷ ସମ୍ପୂର୍ଣ ଉଜୁଡ଼ି ଯାଇଛି । ଛେଳି, ମେଣ୍ଢା, କୁକୁଡ଼ା ଓ ଗୋରୁଗାଈ ମଧ୍ୟ ବିପନ୍ନ ହୋଇଛନ୍ତି । କୁମ୍ଭୀର ଆକ୍ରମଣ, ସର୍ପାଘାତ ଓ ନଦୀସ୍ରୋତରେ ଲୋକଙ୍କ ଜୀବନ ଯାଇଛି । ଘର ଭାଙ୍ଗିଥିବା ସବୁ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍ଟାଘର, କୁମ୍ଭୀର ଆକ୍ରମଣ, ସର୍ପାଘାତ, ବଜ୍ରପାତ ଓ ନଦୀସ୍ରୋତରେ ମୃତାହତଙ୍କୁ ଆଇନ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯାଉ । ଧାନଚାଷ ଉଜୁଡ଼ି ଯାଇଥିବା ଯୋଗୁ ଚଳିତ ସେପ୍େଟମ୍ବର ମାସ ୧ ତାରିଖରୁ ଆଗାମୀ ଖରିଫ ଫସଲ ଅମଳ ହେବା ପର୍ଯ୍ୟନ୍ତ ପ୍ରତି ଚାଷୀଙ୍କୁ ମୁଣ୍ଡପିଛା ଦିନକୁ ୧ କେଜି ଚାଉଳ ଓ ନାବାଳକଙ୍କ ପାଇଁ ଦିନକୁ ଅଧାକେଜି ଚାଉଳ ଯୋଗାଇ ଦିଆଯାଉ । ପ୍ରତି କ୍ଷତିଗ୍ରସ୍ତ ପରିବାରକୁ ଆଗାମୀ ଏକବର୍ଷ ପର୍ଯ୍ୟନ୍ତ ମାସିକ ୨୦୦୦ ଟଙ୍କା ସୁରକ୍ଷା ଭତ୍ତା ସ୍ୱତନ୍ତ୍ର ଭାବରେ ଯୋଗାଇ ଦିଆଯାଉ । ଉଜୁଡ଼ି ଯାଇଥିବା ଋଷୀଙ୍କୁ ମାଗଣାରେ ପନିପରିବା ମଞ୍ଜି, ସାର, କୀଟନାଶକ ଔଷଧ ଯୋଗାଇ ଦିଆଯାଉ । ବନ୍ୟାଞ୍ଚଳରେ ସବୁ ଚାଷୀଙ୍କର ଋଣ ଛାଡ଼ କରାଯାଉ । ଆଗାମୀ ଚାଷ ପାଇଁ ବିନା ସୁଧରେ ଋଣ ଯୋଗାଇ ଦିଆଯାଉ । ବହିଖାତା, କଲମ ଓ ସ୍କୁଲ ପୋଷାକ ହରାଇଥିବା ଛାତ୍ରଛାତ୍ରୀଙ୍କୁ ନୂଆ ବହି, ଖାତା, କଲମ ପୋଷାକ ଯୋଗାଇ ଦିଆଯାଉ । ବନ୍ୟାଂଚଳରେ କ୍ଷତିଗ୍ରସ୍ତ ହୋଇଥିବ କୂଅ, ପୋଖରୀ, ନଳକୂପ, ଉଠା ଜଳସେଚନ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କରାଯାଉ । ବାରମ୍ବାର ବନ୍ୟାରେ କ୍ଷତିଗ୍ରସ୍ତ ହେଉଥିବା ଅଞ୍ଚଳରେ ବନ୍ଧବାଡ଼ର ସୁଦୃଢୀକରଣ କରାଯାଉ ବୋଲି ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ସୁବାସ ଚନ୍ଦ୍ର ପାତ୍ର, ତୁଷାର କୁମାର ସାହୁ, ସୁଶାନ୍ତ ଦାସ, ସନ୍ତୋଷ ସ୍ୱାଇଁ ଓ ସନ୍ତୋଷ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲାପାଳଙ୍କ ଜରିଆରେ ସେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ରିଲିଫ କମିଶନର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ବିଜେପି ନେତ୍ରୀ ସୁଜାତା ଦଳୀୟ କର୍ମୀ ଓ ସ୍ୱଚ୍ଛାସେବୀଙ୍କ ସହ ବନ୍ୟାଂଚଳ ବ୍ୟାପକ ଗସ୍ତକରି କ୍ଷତିଗ୍ରସ୍ତ ପିଡୀତ ମାନଙ୍ୁ ଭେଟି ଅଭାବ ଅସୁବିଧା ଅନୁଧ୍ୟାନ କରିବା ସହ ରିଲିଫ ବଣ୍ଟନ କରିଥିବା ଜଣାପଡିଛି ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande