ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳିତ
ଜୟପୁର, ୨୯ ଅଗଷ୍ଟ (ହି.ସ.)- ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର ପକ୍ଷରୁ ସଂସ୍କୃତ ସପ୍ତାହ ପାଳନ ଅବସରରେ ବିଭିନ୍ନ ଶିକ୍ଷାମୂଳକ, ସାହିତ୍ୟିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଜି ଆୟୋଜିତ ହୋଇଯାଇଛି। ସଂସ୍କୃତ ଭାଷାର ଗୌରବମୟ ପରମ୍ପରା, ଭାରତୀୟ ଜ୍ଞାନ ପରମ୍ପରା, ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ
ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳିତ


ଜୟପୁର, ୨୯ ଅଗଷ୍ଟ (ହି.ସ.)- ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର ପକ୍ଷରୁ ସଂସ୍କୃତ ସପ୍ତାହ ପାଳନ ଅବସରରେ ବିଭିନ୍ନ ଶିକ୍ଷାମୂଳକ, ସାହିତ୍ୟିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଜି ଆୟୋଜିତ ହୋଇଯାଇଛି। ସଂସ୍କୃତ ଭାଷାର ଗୌରବମୟ ପରମ୍ପରା, ଭାରତୀୟ ଜ୍ଞାନ ପରମ୍ପରା, ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ଓ ଆଗ୍ରହ ସୃଷ୍ଟି କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଏହି ଅବସରରେ ବିଶ୍ୱବିଦ୍ୟାଳୟର ସେମିନାର ହଲ୍–୧ ଠାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ ଲିଖନ, ଶ୍ଳୋକାବୃତ୍ତି ଓ କୁଇଜ୍ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବକ୍ତୃତା ପ୍ରତିଯୋଗିତାରେ “ନୂତନ ଶିକ୍ଷାନୀତି ଏବଂ ସଂସ୍କୃତର ପୁନର୍ଜାଗରଣ” ଭଳି ବିଷୟ ଉପରେ ଛାତ୍ରଛାତ୍ରୀମାନେ ନିଜର ମତାମତ ଉପସ୍ଥାପନ କରିଥିଲେ। ପ୍ରବନ୍ଧ ପ୍ରତିଯୋଗିତାରେ “ଭାରତୀୟ ସଂସ୍କୃତିର ମୂଳାଧାର: ସଂସ୍କୃତ ଭାଷା” ବିଷୟରେ ଛାତ୍ରଛାତ୍ରୀମାନେ ରଚନା ପ୍ରସ୍ତୁତ କରିଥିଲେ। ଶ୍ଳୋକାବୃତ୍ତି ଓ କୁଇଜ୍ ପ୍ରତିଯୋଗିତାରେ ମଧ୍ୟ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ପରବର୍ତ୍ତୀ ସମୟରେ ଅପରାହ୍ନ ୪ଟା ସମୟରେ ଅଧ୍ୟାପକ ଗୃହ–୨ (L–2) ଠାରେ ଏକ ସ୍ୱତନ୍ତ୍ର ସଭା ଓ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ସଭାରେ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ସେନାପତି ମୁଖ୍ୟ ଅତିଥି ତଥା ସଭାପତି ଭାବେ ଯୋଗଦେଇଥିଲେ। ନିଜର ସଭାପତିୟ ଅଭିଭାଷଣରେ ସେ ସଂସ୍କୃତ ଭାଷାର ମହତ୍ତ୍ୱ, ଭାରତୀୟ ଜ୍ଞାନ ପରମ୍ପରାର ସୁରକ୍ଷା ଏବଂ ଆଧୁନିକ ଶିକ୍ଷା ବ୍ୟବସ୍ଥାରେ ସଂସ୍କୃତର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ। ସଂସ୍କୃତ କେବଳ ଏକ ପ୍ରାଚୀନ ଭାଷା ନୁହେଁ, ବରଂ ଭାରତୀୟ ଦର୍ଶନ, ସାହିତ୍ୟ, ବିଜ୍ଞାନ ଓ ସଂସ୍କୃତିର ଏକ ମହତ୍ତ୍ୱପୂର୍ଣ୍ଣ ବାହକ ବୋଲି ସେ ଉଲ୍ଲେଖ କରିଥିଲେ।ଏହି ସଭାରେ ନବୀନ କୁମାର ପ୍ରଧାନ, ପ୍ରଫେସର, ସଂସ୍କୃତ ବିଭାଗ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେ ନିଜ ଅଭିଭାଷଣରେ ସଂସ୍କୃତ ଭାଷାର ଐତିହାସିକ ଓ ସାଂସ୍କୃତିକ ମହତ୍ତ୍ୱ ସହିତ ଆଧୁନିକ ସମାଜରେ ଏହାର ପ୍ରାସଙ୍ଗିକତା ଉପରେ ମତବ୍ୟକ୍ତ କରିଥିଲେ।ସେହିପରି ପ୍ରଫେସର ନୃସିଂହ ଚରଣ ପଣ୍ଡା, ମୁଖ୍ୟ, ସଂସ୍କୃତ ବିଭାଗ ତଥା ପୂର୍ବତନ କୁଳପତି, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓଡ଼ିଶା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସଂସ୍କୃତ ଭାଷା ଓ ଭାରତୀୟ ଜ୍ଞାନ ପରମ୍ପରାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଓ ତଥ୍ୟଭିତ୍ତିକ ଆଲୋଚନା କରିଥିଲେ। ସେ ଯୁବପିଢ଼ିଙ୍କ ମଧ୍ୟରେ ସଂସ୍କୃତ ଅଧ୍ୟୟନର ଆବଶ୍ୟକତା ଓ ଏହାର ବ୍ୟାପକ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ।କାର୍ଯ୍ୟକ୍ରମରେ କୁଳସଚିବ ମହେଶ୍ୱର ଚନ୍ଦ୍ର ନାୟକ, ପରୀକ୍ଷା ନିୟନ୍ତ୍ରକ ରଞ୍ଜନ କୁମାର ପ୍ରଧାନ ଏବଂ ସିପିଜିସି ଡ. ପ୍ରଶାନ୍ତ କୁମାର ପାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ। ବିଶ୍ୱବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା, ଗବେଷକ-ଗବେଷିକା, କର୍ମଚାରୀ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏହି ସଭାରେ ଯୋଗଦେଇଥିଲେ। ସମଗ୍ର କାର୍ଯ୍ୟକ୍ରମରେ ସଂସ୍କୃତ ଭାଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଭାରତୀୟ ଜ୍ଞାନ ପରମ୍ପରା ଓ ସଂସ୍କୃତ ଭାଷାର ମହିମାକୁ ନୂତନ ପିଢ଼ି ନିକଟରେ ପହଞ୍ଚାଇବାରେ ଏହି ସଂସ୍କୃତ ସପ୍ତାହ ପାଳନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ପରିଗଣିତ ହୋଇଥିଲା। କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande