ତଦନ୍ତ ପୂର୍ବରୁ ଅଭିଯୁକ୍ତ ରକ୍ତ ମୁଖା, ଅଭିଯୋଗକାରୀଙ୍କୁ ହତ୍ୟା ଧମକ
ଜୟପୁର, ୨୯ ଅଗଷ୍ଟ (ହି.ସ.)- କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଦିଗାପୁର ଖରିଫ୍ ଧାନ ମଣ୍ଡି ପଞ୍ଜିକରଣରେ ଦୁର୍ନୀତିର ସୂଚନା ପାଇ ଶଶୀଭୂଷଣ ଦାଶ ନାମକ ପୁଜାରୀପୁଟର ଜଣେ ଚାଷୀ ଉପ ନିବନ୍ଧକ ସମବାୟ ସମିତି ସମୁହ ଓ ଉପ ଜିଲ୍ଲାପାଳ ଜୟପୁରଙ୍କ ନିକଟରେ ଆବେଦନ କରି ଏହାର ତଦନ୍ତ କରିବା ନିମନ୍ତେ ଅନୁରୋଧ
ତଦନ୍ତ ପୁର୍ବରୁ ଅଭିଯୁକ୍ତ ରକ୍ତ ମୁଖା ଅଭିଯୋଗକାରୀ ଙ୍କୁ ହତ୍ୟା ଧମକ


ଜୟପୁର, ୨୯ ଅଗଷ୍ଟ (ହି.ସ.)- କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଦିଗାପୁର ଖରିଫ୍ ଧାନ ମଣ୍ଡି ପଞ୍ଜିକରଣରେ ଦୁର୍ନୀତିର ସୂଚନା ପାଇ ଶଶୀଭୂଷଣ ଦାଶ ନାମକ ପୁଜାରୀପୁଟର ଜଣେ ଚାଷୀ ଉପ ନିବନ୍ଧକ ସମବାୟ ସମିତି ସମୁହ ଓ ଉପ ଜିଲ୍ଲାପାଳ ଜୟପୁରଙ୍କ ନିକଟରେ ଆବେଦନ କରି ଏହାର ତଦନ୍ତ କରିବା ନିମନ୍ତେ ଅନୁରୋଧ କରିଥିଲେ l ଶ୍ରୀ ଦାଶ୍ ଅଭିଯୋଗ କରିଥିଲେ ଯେ, ୨୮ ବର୍ଷ ପୂର୍ବେ ମୃତ୍ୟୁ ଘଟିଥିବା ଲୋକ ନିଜେ ଦିଗାପୁର ରାଜସ୍ବ ନିରୀକ୍ଷକଙ୍କ ନିକଟରେ ଖଜଣା ପୈଠ କରିଛନ୍ତି ଏପରିକି ଅନ୍ୟପକ୍ଷରେ ଖଜଣା ପୈଠ କରିଥିବା ବ୍ୟକ୍ତି ଜଣକ ମଧ୍ୟ ସେହି ଅଞ୍ଚଳରେ ନାହାଁନ୍ତି lଉପ ନିବନ୍ଧକ ସମବାୟ ସମିତି ସମୁହ ଜୟପୁର ତାଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୩୫୦୦ ତା ୧୯.୦୮.୨୦୨୬ ରିଖ ରେ ସହକାରୀ ନିବନ୍ଧକ ସମବାୟ ସମିତି ସମୁହ ଜୟପୁରଙ୍କୁ ଏହାର ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ l ଏହା ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର ମଧ୍ୟ ହୋଇଥିଲା ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇ ନଥିବା ବେଳେ କୈଣସି ସୂତ୍ରରୁ ସୂଚନା ପାଇ ଅଭିଯୁକ୍ତ ନିରଞ୍ଜନ ଦାଶ ଓ ତାଙ୍କ ପୁତ୍ର ଗୁପ୍ତ ପ୍ରସାଦ ଦାଶ୍ ଗ୍ରାମ ପୁଜାରୀ ପୁଟ ଅଭିଯୋଗକାରୀଙ୍କ ଗୃହ ନିର୍ମାଣ କାର୍ଯ୍ୟରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ଧମକ ଦେଇ କାମ ବନ୍ଦ କରାଇ ଘଉଡାଇବା ସହିତ ଘର ଭାଙ୍ଗିଦେବା ପାଇଁ ଚେତାବନୀ ଦେଇଛନ୍ତି l ଅଭିଯୋଗକାରୀ ଯଦି ଅଭିଯୋଗ ପ୍ରତ୍ୟାହାର ନକରେ ତାହେଲେ ତାକୁ ଜିବନରୁ ମାରିଦେବାକୁ ଧମକ ଦେଇଥିବା ଶ୍ରୀ ଦାଶ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି lପୁଣି ଶ୍ରୀ ଦାଶ ଉଲ୍ଲେଖ କରିଛନ୍ତି ଯେ, ଅଭିଯୁକ୍ତ ନିରଞ୍ଜନ ଦାଶ୍ ତାଙ୍କ ସାନ ଭାଇ ଦ୍ବୟଙ୍କ ଘର ବାରି ଯାଗାକୁ ନିଜ ଅକ୍ତିଆରରେ ରଖିଛନ୍ତି l ଭାଇ ମାନେ ଯାଗା ଚିହ୍ନଟ କରିବା ନିମନ୍ତେ ତହସିଲଦାର କୁନ୍ଦୁରାଙ୍କ ନିକଟରେ ଆବେଦନ କରିଥିଲେ l ତହସିଲଦାର କୁନ୍ଦୁରା ରାଜସ୍ବ ନିରୀକ୍ଷକ ଦିଗାପୁରଙ୍କୁ ଏ ନେଇ ଯାଗା ଚିହ୍ନଟ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଦୀର୍ଘ ୫ ମାସ ହେବ ରାଜସ୍ବ ନିରୀକ୍ଷକ ଯାଗା ଚିହ୍ନଟ କରିବାରୁ ନିବୃତ୍ତ ରହୁଛନ୍ତି lକାରଣ ବାପା ପୁଅଙ୍କ ଗୁଣ୍ଡାଗିରିକୁ ଭୟ କରୁଛନ୍ତି କି ରାଜସ୍ବ ନିରୀକ୍ଷକ? କେବଳ ଗୁଣ୍ଡା ଗର୍ଦି ଭୟରେ ଅଭିଯୁକ୍ତଙ୍କ ବିରୋଧରେ ପାଟି ବି ଖୋଲୁ ନାହାଁନ୍ତି ସେହି ଅଞ୍ଚଳର ଲୋକେ ହେଲେ ଅନ୍ୟାୟ ଅତ୍ୟାଚାର ସହୁଛନ୍ତି, ଦିର୍ଘ ବର୍ଷ ଧରି ଧାନ ମଣ୍ଡି ରେ ଏହିପରି ଚାଲୁଥିବା ଅନୁମାନ କରାଯାଉଛିl ଅଭିଯୁକ୍ତ ନିରଞ୍ଜନ ଦାଶଙ୍କ ପୁତ୍ର ଗୁପ୍ତ ପ୍ରସାଦ ଦାଶଙ୍କୁ ବିଭିନ୍ନ ମାମଲାରେ ବୈପାରିଗୁଡା ଥାନାରେ ବହୁବାର ଅଟକ ରଖିଥିବା ଓ ପରେ ଆପୋଷ ବୁଝାମଣା କରି ତାଙ୍କୁ ଛାଡିବା ଅଭିଯୋଗ ରେ ଦର୍ଶା ଯାଇଛି, ଏହିପରି ଗୁଡ଼ାଏ ଘଟଣା ର ଖବର ମିଳୁଛି ତଦନ୍ତ କଲେ ସବୁ ଜଣାପଡିବ ବୋଲି ଶ୍ରୀ ଦାଶ କହିଛନ୍ତି l ପରିଶେଷରେ ସୁନ୍ଦର ମଣି ଦାଶ୍, ରମ୍ଭା ଦାଶ୍ ଓ ଗଣେଶ୍ୱର ଦାଶଙ୍କ ନାମରେ ଥିବା ଜମି ଉପରେ ୧୪୪ ଧାରା ଲଗାଇବା ସହିତ ମୋତେ ( ଶଶୀଭୂଷଣ ଦାଶ୍ ଙ୍କୁ)ସୁରକ୍ଷା ପ୍ରଦାନ କରିବା ନିମନ୍ତେ ଖଣ୍ଡୀୟ ପୋଲିସ ଅଧିକ୍ଷକ ଓ ଖଣ୍ଡୀୟ ଦଣ୍ଡାଧିକାରୀ ତଥା ଉପ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande