
ଭୁବନେଶ୍ୱର,୨୯ ଅଗଷ୍ଟ (ହି.ସ.)- ଏଣିକି ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ବି ଦେବେ ଇଂଟରନାଲ ପରୀକ୍ଷା।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଏହି ନିଷ୍ପତି ନେଇଛି। ସିଏଚଏସଇର ନିଷ୍ପତି ଅନୁଯାୟୀ ଥରେ ଇଂଟରନାଲ ପରୀକ୍ଷା ଦେଲେ ୩ ବର୍ଷ ପାଇଁ ରଖିଥିବା ମାର୍କ ବୈଧ ରହିବ। ୩ ବର୍ଷ ଭିତରେ କୃତକାର୍ଯ୍ୟ ନହେଲେ ପୁଣି ଥରେ ଇଂଟରନାଲ ପରୀକ୍ଷା ଦେବେ। ସିଏଚଏସଇ ସିଲାବସ କମିଟି ମିଟିଂରେ ନୂଆ ନିୟମକୁ ଅନୁମୋଦନ ମିଳିଛି। ନୂଆ ନିୟମ ୨୦୨୭ରୁ ଲାଗୁ ହେବ ବୋଲି ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା