ମଧୁସାଗର ବିଦ୍ୟାପୀଠରେ ରାସ୍ତା ଓ ଟ୍ୟୁବଲ୍ ସମ୍ପୂର୍ଣ୍ଣ ଅଚଳ
କେନ୍ଦ୍ରାପଡା , 29 ଅଗଷ୍ଟ (ହି.ସ.)କେନ୍ଦ୍ରାପଡା ଜିଲ୍ଲାର ଅନ୍ୟତମ ପୁରୁଣା ଉଚ୍ଚ ଆବାସିକ ବିଦ୍ୟାଳୟ ଭାବେ ପରିଚିତ ମଧୁସାଗର ବିଦ୍ୟାପୀଠରେ ରାସ୍ତା ଓ ଟ୍ୟୁବଲ୍ ସମ୍ପୂର୍ଣ୍ଣ ଅଚଳ ହୋଇଯିବା ଫଳରେ ସ୍କୁଲରେ ଅଧ୍ୟୟନ କରୁଥିବା ଓ ଛାତ୍ରାବାସରେ ରହୁଥିବା ଶହ ଶହ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥ
ମଧୁସାଗର ବିଦ୍ୟାପୀଠରେ ରାସ୍ତା ଓ ଟ୍ୟୁବଲ୍ ସମ୍ପୂର୍ଣ୍ଣ ଅଚଳ


କେନ୍ଦ୍ରାପଡା , 29 ଅଗଷ୍ଟ (ହି.ସ.)କେନ୍ଦ୍ରାପଡା ଜିଲ୍ଲାର ଅନ୍ୟତମ ପୁରୁଣା ଉଚ୍ଚ ଆବାସିକ ବିଦ୍ୟାଳୟ ଭାବେ ପରିଚିତ ମଧୁସାଗର ବିଦ୍ୟାପୀଠରେ ରାସ୍ତା ଓ ଟ୍ୟୁବଲ୍ ସମ୍ପୂର୍ଣ୍ଣ ଅଚଳ ହୋଇଯିବା ଫଳରେ ସ୍କୁଲରେ ଅଧ୍ୟୟନ କରୁଥିବା ଓ ଛାତ୍ରାବାସରେ ରହୁଥିବା ଶହ ଶହ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ ଏହି ବିଦ୍ୟାଳୟରେ ଗୋଟିଏ ମାତ୍ର ଟ୍ୟୁବେଲ୍ ନଥିବାରୁ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ପିଇବା ପାଇଁ ପାଣି ଓ ଶୈାଚ ହେବାକୁ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଏଠାରେ ଏକ ନୂତନ ଟ୍ୟୁବେଲ୍ ଲଗାଇବା ସହ ଅଚଳ ଥିବା ଟ୍ୟୁବେଲ୍କୁ ତୁରନ୍ତ ମରାମତି କରିବା ପାଇଁ ଦାବି କରାଯାଇଛି । ଦୀର୍ଘ ଦୁଇମାସ ହେଲା ଲଗାଣ ବର୍ଷା ଫଳରେ ସ୍କୁଲର ରାସ୍ତାଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବା ଫଳରେ ଛାତ୍ର/ଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀ ସ୍କୁଲକୁ ବହୁ କଷ୍ଟରେ ଯାତାୟତ କରୁଛନ୍ତି । ଏପରିକି ଛାତ୍ର ଛାତ୍ରୀ ସ୍କୁଲକୁ ଗଲାବେଳେ ବାଟରେ ଖସି ଆହତ ହେଉଛନ୍ତି । ସ୍କୁଲର ଶିକ୍ଷକ/ଶିକ୍ଷୟିତ୍ରୀମାନେ ମଟର ସାଇକେଲ୍ରେ ସ୍କୁଲ ପରିସରକୁ ପ୍ରବେଶ କରିପାରୁନାହାଁନ୍ତି । ଏହି ରାସ୍ତା ମରାମତି କରିବା ପାଇଁ ଶିକ୍ଷକ/ଶିକ୍ଷୟିତ୍ରୀ ଓ ସ୍କୁଲ୍ କମିଟି କର୍ତ୍ତୁପକ୍ଷ ମାର୍ଶାଘାଇ ବିଡିଓଙ୍କୁ ବାରମ୍ବାର ଜଣାଇ ନିରାଶ ହେବାପରେ ସ୍କୁଲର ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ସାହୁଙ୍କ ନେତୃତ୍ୱରେ ମାଧବୀ ଭଦ୍ର, ସ୍ୱର୍ଣ୍ଣମିତ୍ର ଦ୍ୱିବେଦୀ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ସହିତ ତୁରନ୍ତ ମରାମତି କରିବାପାଇଁ ଦାବି କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande