ୟୁନିଟ୍-୨ ଅଞ୍ଚଳରେ ବିଏମସିର ଖାଦ୍ୟ ସୁରକ୍ଷା ଟିମ୍ର ଚଢ଼ାଉ
ଭୁବନେଶ୍ୱର, 30 ଅଗଷ୍ଟ (ହି.ସ.) - ୟୁନିଟ୍-୨ ଅଞ୍ଚଳରେ ବିଏମସିର ଖାଦ୍ୟ ସୁରକ୍ଷା ଟିମ୍ ପକ୍ଷରୁ ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ ଓ ଖାଦ୍ୟ ପ୍ରତିଷ୍ଠାନରେ ସର୍ଭେଲାନ୍ସ ଯାଞ୍ଚ କରାଯାଇଛି। ଯାଞ୍ଚ ସମୟରେ ଖାଦ୍ୟର ଗୁଣବତ୍ତା ଓ ସ୍ୱଚ୍ଛତାକୁ ନେଇ ଏକାଧିକ ଅବହେଳା ସାମ୍ନା
ୟୁନିଟ୍-୨ ଅଞ୍ଚଳରେ ବିଏମସିର ଖାଦ୍ୟ ସୁରକ୍ଷା ଟିମ୍ର ଚଢ଼ାଉ


ଭୁବନେଶ୍ୱର, 30 ଅଗଷ୍ଟ (ହି.ସ.) - ୟୁନିଟ୍-୨ ଅଞ୍ଚଳରେ ବିଏମସିର ଖାଦ୍ୟ ସୁରକ୍ଷା ଟିମ୍

ପକ୍ଷରୁ ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ ଓ

ଖାଦ୍ୟ ପ୍ରତିଷ୍ଠାନରେ ସର୍ଭେଲାନ୍ସ ଯାଞ୍ଚ କରାଯାଇଛି। ଯାଞ୍ଚ ସମୟରେ ଖାଦ୍ୟର ଗୁଣବତ୍ତା ଓ

ସ୍ୱଚ୍ଛତାକୁ ନେଇ ଏକାଧିକ ଅବହେଳା ସାମ୍ନାକୁ ଆସିଛି।

ମୋଟ ୬ଟି ପ୍ରତିଷ୍ଠାନରେ ଚଢ଼ାଉ କରାଯାଇ ପ୍ରାୟ ୪୦ କିଲୋଗ୍ରାମ

ଅପମିଶ୍ରିତ ଓ ଖାଦ୍ୟ ଉପଯୋଗୀ ନଥିବା ସାମଗ୍ରୀ ନଷ୍ଟ କରାଯାଇଛି। ଭାରତ ପେଟ୍ରୋଲିୟମର ଇନ୍ ଆଣ୍ଡ

ଆଉଟରିଟେଲ୍ ମାର୍ଟରୁ ପ୍ରାୟ ୩୦ କିଲୋଗ୍ରାମ ଫ୍ରୋଜେନ୍

ଏକ୍ସପାୟାର୍ଡ ଖାଦ୍ୟ ସାମଗ୍ରୀ ଜବତ କରାଯାଇଛି। ବିଭିନ୍ନ ବ୍ରାଣ୍ଡର ମିଆଦ ପୂର୍ଣ୍ଣ ଖାଦ୍ୟ

ସାମଗ୍ରୀକୁ ମଧ୍ୟ ଘଟଣାସ୍ଥଳରେ ନଷ୍ଟ କରାଯାଇଛି।

ନିୟମ ଉଲ୍ଲଂଘନ ପାଇଁ ଇନ୍ ଆଣ୍ଡ ଆଉ ଆଉଟ୍ଲେଟ୍ ଉପରେ ୧ ଲକ୍ଷ

ଟଙ୍କା ଜରିମାନା ଲଗାଯାଇଛି । ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା, ସ୍ୱଚ୍ଛତାର ମାନ ବଜାୟ ରଖିବା ଏବଂ ଜନସ୍ୱାସ୍ଥ୍ୟର

ସୁରକ୍ଷା ପାଇଁ କଡ଼ା ଯାଞ୍ଚ ଓ ନିୟମ କାର୍ଯ୍ୟକାରୀ କରିବା ଜାରି ରଖିବ ବିଏମସି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande