ରାଜ୍ୟରେ ୭ ଦିନ ବଢ଼ିଲା ଧାନ ପଞ୍ଜୀକରଣ ଅବଧି
ଭୁବନେଶ୍ୱର, 30 ଅଗଷ୍ଟ (ହି.ସ.)- ରାଜ୍ୟରେ ୭ ଦିନ ଧାନ ପଞ୍ଜୀକରଣ ଅବଧି ବୃଦ୍ଧି କରାଯାଇଛି । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଆସନ୍ତାକାଲି ସରୁଥିଲା ପଞ୍ଜୀକରଣ ଅବଧି । ଅନେକ ଚାଷୀ ପଞ୍ଜୀକରଣ କରିପାରୁନଥିବାରୁ ଅବଧି ବୃଦ୍ଧି କରାଯାଇଛି । ଏଯା
ରାଜ୍ୟରେ ୭ ଦିନ ବଢ଼ିଲା ଧାନ ପଞ୍ଜୀକରଣ ଅବଧି


ଭୁବନେଶ୍ୱର, 30 ଅଗଷ୍ଟ (ହି.ସ.)- ରାଜ୍ୟରେ ୭ ଦିନ ଧାନ ପଞ୍ଜୀକରଣ ଅବଧି ବୃଦ୍ଧି

କରାଯାଇଛି । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଆସନ୍ତାକାଲି

ସରୁଥିଲା ପଞ୍ଜୀକରଣ ଅବଧି ।

ଅନେକ ଚାଷୀ ପଞ୍ଜୀକରଣ କରିପାରୁନଥିବାରୁ ଅବଧି ବୃଦ୍ଧି କରାଯାଇଛି । ଏଯାବତ

୧୭ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି । ଗତବର୍ଷ ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ

କରିଥିଲେ । ନେଟୱାର୍କ ସମସ୍ୟା ଯେଉଁଠି ରହିଛି, ବୈଷୟିକ ଟିମ୍ ସହ ଆଲୋଚନା ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande