୬ ମାସର ପାରିଶ୍ରମିକ ମିଳିନି, ଧାରଣାରେ ୨୦୩ ଆଶା କର୍ମୀ
ନୂଆପଡ଼ା, ୩୧ ଅଗଷ୍ଟ (ହି.ସ.)- ୬ ମାସର ପାରିଶ୍ରମିକ ପାଇନଥିବା ଅଭିଯୋଗ କରି ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଖଡ଼ିଆଳ ବ୍ଲକ ଆଶା କର୍ମୀ ସଂଘ ପକ୍ଷରୁ ସୋମବାର ଧାରଣା ଦିଆଯାଇଛି। ନୂଆଖାଇ ପର୍ବ ପୂର୍ବରୁ ବକେୟା ପାରିଶ୍ରମିକ ପ୍ରଦାନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଧାରଣାରେ ଖଡ଼ିଆଳ
Parishramik pradan dabire dharana


ନୂଆପଡ଼ା, ୩୧ ଅଗଷ୍ଟ (ହି.ସ.)- ୬ ମାସର ପାରିଶ୍ରମିକ ପାଇନଥିବା ଅଭିଯୋଗ କରି ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଖଡ଼ିଆଳ ବ୍ଲକ ଆଶା କର୍ମୀ ସଂଘ ପକ୍ଷରୁ ସୋମବାର ଧାରଣା ଦିଆଯାଇଛି। ନୂଆଖାଇ ପର୍ବ ପୂର୍ବରୁ ବକେୟା ପାରିଶ୍ରମିକ ପ୍ରଦାନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଧାରଣାରେ ଖଡ଼ିଆଳ ବ୍ଲକର ୨୦୩ ଜଣ ଆଶା କର୍ମୀ ସାମିଲ ହୋଇଥିଲେ। ଦୀର୍ଘ ୬ ମାସ ଧରି ପାରିଶ୍ରମିକ ମିଳିନଥିବାରୁ ଆଶା କର୍ମୀମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ସଂଘ ପକ୍ଷରୁ କୁହାଯାଇଛି। ନୂଆଖାଇ ଭଳି ଗଣପର୍ବ ପୂର୍ବରୁ ବକେୟା ପାରିଶ୍ରମିକ ମିଳିଲେ ଆଶା କର୍ମୀମାନେ ଉପକୃତ ହେବେ ବୋଲି ସଂଘ ଦାବି କରିଛି।

ଧାରଣାରେ ସଂଘର ସଭାନେତ୍ରୀ ମଧୁମତି ମେହେର, ସମ୍ପାଦିକା ହେମକନ୍ତି ମାଝିଙ୍କ ସମେତ ବସନ୍ତି ମାଝି, ମାଧୁରୀ ଶବର, ସଂଯୁକ୍ତା ଯୋଶୀ, ବସୁମତୀ ସୁନା, ଡାଳିମ୍ବ ବାଗ, ଲକ୍ଷ୍ମୀ ପଟେଲ, ମଥୁରା ଦୁରିଆ ଓ ହେମନ୍ତିନି ସଗରିଆ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande