ଯାତ୍ରୀଙ୍କ ସୁବିଧା ପାଇଁ ଏକାଧିକ ଟ୍ରେନରେ ଅତିରିକ୍ତ କୋଚ୍ ସଂଯୋଗ କଲା ପୂର୍ବତଟ ରେଳପଥ
ଭୁବନେଶ୍ୱର,୩୧ ଅଗଷ୍ଟ (ହି.ସ) - ଯାତ୍ରୀଙ୍କ ସମ୍ଭାବ୍ୟ ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଏକାଧିକ ଟ୍ରେନରେ ସାମୟିକ ଭାବେ ଅତିରିକ୍ତ କୋଚ୍ ସଂଯୋଗ କରାଯାଉଛି। ଏହା ଦ୍ୱାରା ଯାତ୍ରୀଙ୍କ ପାଇଁ ଅତିରିକ୍ତ ଆସନ/ଶଯ୍ୟା ଉପଲବ୍ଧ ହେବା ସହ ଅଧିକ ସୁଗମ ଓ ଆରାମଦାୟକ ଯାତ୍ରା ସୁନିଶ୍ଚ
Special trains


ଭୁବନେଶ୍ୱର,୩୧ ଅଗଷ୍ଟ (ହି.ସ) - ଯାତ୍ରୀଙ୍କ ସମ୍ଭାବ୍ୟ ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଏକାଧିକ ଟ୍ରେନରେ ସାମୟିକ ଭାବେ ଅତିରିକ୍ତ କୋଚ୍ ସଂଯୋଗ କରାଯାଉଛି। ଏହା ଦ୍ୱାରା ଯାତ୍ରୀଙ୍କ ପାଇଁ ଅତିରିକ୍ତ ଆସନ/ଶଯ୍ୟା ଉପଲବ୍ଧ ହେବା ସହ ଅଧିକ ସୁଗମ ଓ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାରେ ସହାୟତା ମିଳିବ।

ଏହି କ୍ରମରେ, ଟ୍ରେନ୍ ନମ୍ବର ୧୮୪୬୩ ଭୁବନେଶ୍ୱର–କେଏସଆର ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସରେ ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏବଂ ଟ୍ରେନ୍ ନମ୍ବର ୧୮୪୬୪ କେଏସଆର ବେଙ୍ଗାଲୁରୁ–ଭୁବନେଶ୍ୱରରେ ସେପ୍ଟେମ୍ବର ୨ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ଥାର୍ଡ ଏସି କୋଚ୍ ସଂଯୋଗ କରାଯିବ।

ସେହିପରି, ଟ୍ରେନ୍ ନମ୍ବର ୧୨୮୧୯ ଭୁବନେଶ୍ୱର–ଆନନ୍ଦ ବିହାର ଟର୍ମିନାଲ ଓଡ଼ିଶା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ସେପ୍ଟେମ୍ବର ୨ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏବଂ ଟ୍ରେନ୍ ନମ୍ବର ୧୨୮୨୦ ଆନନ୍ଦ ବିହାର ଟର୍ମିନାଲ–ଭୁବନେଶ୍ୱରରେ ସେପ୍େଟମ୍ବର ୪ରୁ ଅକ୍ଟୋବର ୨ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ଥାର୍ଡ ଏସି କୋଚ୍ ସଂଯୋଗ କରାଯିବ।

ଏହା ବ୍ୟତୀତ, ଟ୍ରେନ୍ ନମ୍ବର ୨୨୮୭୯ ଭୁବନେଶ୍ୱର–ତିରୁପତିରେ ସେପ୍େଟମ୍ବର ୫ରୁ ସେପ୍ଟେମ୍ବର ୨୬, ପର୍ଯ୍ୟନ୍ତ ଏବଂ ଟ୍ରେନ୍ ନମ୍ବର ୨୨୮୮୦ ତିରୁପତି–ଭୁବନେଶ୍ୱରରେ ସେପ୍ଟେମ୍ବର ୬ରୁ ସେପ୍ଟେମ୍ବର ୨୭, ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ଥାର୍ଡ ଏସି କୋଚ୍ ସଂଯୋଗ କରାଯିବ।

ଆଂଚଳିକ ଟ୍ରେନଗୁଡ଼ିକରେ ବଢ଼ୁଥିବା ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରେନ୍ ନମ୍ବର ୧୮୩୦୧ ସମ୍ବଲପୁର–ରାୟଗଡ଼ା ଏବଂ ୧୮୩୦୨ ରାୟଗଡ଼ା–ସମ୍ବଲପୁରରେ ସେପ୍େଟମ୍ବର ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ଏସି ଚେୟାର କାର୍ କୋଚ୍ ସଂଯୋଗ କରାଯିବ। ସେହିପରି, ଟ୍ରେନ୍ ନମ୍ବର ୧୮୪୪୭ ଭୁବନେଶ୍ୱର–ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସରେ ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏବଂ ଟ୍ରେନ୍ ନମ୍ବର ୧୮୪୪୮ ଜଗଦଲପୁର–ଭୁବନେଶ୍ୱରରେ ସେପ୍ଟେମ୍ବର ୨ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ଥାର୍ଡ ଏସି କୋଚ୍ ସଂଯୋଗ କରାଯିବ।

ଆହୁରି, ଟ୍ରେନ୍ ନମ୍ବର ୧୮୪୧୭ ପୁରୀ–ଗୁଣୁପୁର ଏକ୍ସପ୍ରେସରେ ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୩୦, ପର୍ଯ୍ୟନ୍ତ ଏବଂ ଟ୍ରେନ୍ ନମ୍ବର ୧୮୪୧୮ ଗୁଣୁପୁର–ପୁରୀ ଏକ୍ସପ୍ରେସରେ ସେପ୍ଟେମ୍ବର ୨ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ଏସି ଚେୟାର କାର୍ କୋଚ୍ ସଂଯୋଗ କରାଯିବ।ଟ୍ରେନ୍ ନମ୍ବର ୨୦୮୩୨ ସମ୍ବଲପୁର–ଶାଲିମାର ମହିମା ଗୋସାଇଁ ଏକ୍ସପ୍ରେସରେ ସେପ୍େଟମ୍ବର ୧ରୁ ସେପ୍େଟମ୍ବର ୨୯ ପର୍ଯ୍ୟନ୍ତ ଏବଂ ଟ୍ରେନ୍ ନମ୍ବର ୨୦୮୩୧ ଶାଲିମାର–ସମ୍ବଲପୁରରେ ସେପ୍େଟମ୍ବର ୨ରୁ ସେପ୍େଟମ୍ବର ୩୦ ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ସ୍ଲିପର କ୍ଲାସ୍ କୋଚ୍ ସଂଯୋଗ କରାଯିବ।

ସେହିପରି, ଟ୍ରେନ୍ ନମ୍ବର ୨୦୪୭୧ ଶ୍ରୀଗଙ୍ଗାନଗର–ପୁରୀ ଏକ୍ସପ୍ରେସରେ ସେପ୍ଟେମ୍ବର ୬ରୁ ସେପ୍ଟେମ୍ବର ୨୭ ପର୍ଯ୍ୟନ୍ତ ଏବଂ ଟ୍ରେନ୍ ନମ୍ବର ୨୦୪୭୨ ପୁରୀ–ଶ୍ରୀଗଙ୍ଗାନଗର ଏକ୍ସପ୍ରେସରେ ସେପ୍େଟମ୍ବର ୯ରୁ ସେପ୍ଟେମ୍ବର ୩୦ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ଥାର୍ଡ ଏସି କୋଚ୍ ସଂଯୋଗ କରାଯିବ।

ଏହା ସହିତ, ଟ୍ରେନ୍ ନମ୍ବର ୧୨୮୯୩ ଭୁବନେଶ୍ୱର–ପୁରୁଣାକଟକରେ ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏବଂ ଟ୍ରେନ୍ ନମ୍ବର ୧୨୮୯୪ ପୁରୁଣାକଟକ–ଭୁବନେଶ୍ୱରରେ ସେପ୍ଟେମ୍ବର ୨ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ଦୁଇଟି ଅଣସଂରକ୍ଷିତ ସାଧାରଣ କୋଚ୍ ସଂଯୋଗ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande