ଓଡ଼ିଶାର ଖଣିଜ ସମ୍ପଦକୁ ବିଜେପି ଲୁଣ୍ଠନ କରୁଛି: ବିଜେଡି
ଭୁବନେଶ୍ୱର,୩୧ ଅଗଷ୍ଟ (ହି.ସ) - ଏମଏମଡିଆର ଆମେଂଟମେଂଟ ଆକ୍ଟ ଜରିଆରେ ଓଡ଼ିଶାର ଖଣିଜ ସମ୍ପଦକୁ ଲୁଣ୍ଠନ କରିବାକୁ ବସିଛି ଡବଲ ଇଞ୍ଜିନ ସରକାର । ଓଡିଆ ଅସ୍ମିତାର ଦ୍ୱାହି ଦେଇ କ୍ଷମତାକୁ ଆସିଥିବା ବିଜେପି ଓଡିଶାବାସୀଙ୍କୁ ଭ୍ରମିତ କରୁଛି । ପୁଞ୍ଜିପତି ମାନଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ରତ୍ନଗର୍ଭା ଓଡ଼
bjd


ଭୁବନେଶ୍ୱର,୩୧ ଅଗଷ୍ଟ (ହି.ସ) - ଏମଏମଡିଆର ଆମେଂଟମେଂଟ ଆକ୍ଟ ଜରିଆରେ ଓଡ଼ିଶାର ଖଣିଜ ସମ୍ପଦକୁ ଲୁଣ୍ଠନ କରିବାକୁ ବସିଛି ଡବଲ ଇଞ୍ଜିନ ସରକାର । ଓଡିଆ ଅସ୍ମିତାର ଦ୍ୱାହି ଦେଇ କ୍ଷମତାକୁ ଆସିଥିବା ବିଜେପି ଓଡିଶାବାସୀଙ୍କୁ ଭ୍ରମିତ କରୁଛି । ପୁଞ୍ଜିପତି ମାନଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ରତ୍ନଗର୍ଭା ଓଡ଼ିଶାକୁ ଡବଲ ଇଞ୍ଜିନ ସରକାର ଲୁଣ୍ଠନ କରୁଥିବାରୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ସଞ୍ଜୟ ଦାସବର୍ମା କହିଥିଲେ ଯେ, ଓଡିଶାରେ ଥିବା ୪୮୦ କିମି ବିସ୍ତୀର୍ଣ୍ଣ ବେଳାଭୂମି ସହ ପ୍ରଚୁର ଖଣିଜ ସମ୍ପଦ, ଜଙ୍ଗଲ ସମ୍ପଦ, ପ୍ରାଚୁର୍ଯ୍ୟ ଓ ମାନବ ସମ୍ବଳ ଉପରେ ଡବଲ ଇଞ୍ଜିନ ସରକାରଙ୍କ ଲୋଲୁପ ଦୃଷ୍ଟି ପଡିଛି । ଓଡ଼ିଶା ପ୍ରାଚୁର୍ଯ୍ୟର ସୁରକ୍ଷା ଓ ଉନ୍ନତି ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଲଢେଇ କରିଛନ୍ତି। ରାଜ୍ୟ ସମୃଦ୍ଧ ହେଲେ ଦେଶ ସମୃଦ୍ଧ ହେବ। ସଂଘୀୟ ଗଣତନ୍ତ୍ରରେ ରାଜ୍ୟର ସମ୍ପଦ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାର ରହିଛି। କିନ୍ତୁ ଏକତରଫା ଭାବେ ସେହି ଅଧିକାରକୁ କେନ୍ଦ୍ର ସରକାର ଛଡାଇ ନେଇଛନ୍ତି । ୨୦୧୧ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର କାର୍ଯ୍ୟକାରୀ କମିଟି ବୈଠକରେ ଓଡିଶାକୁ ୫୦ ପ୍ରତିଶତ ବିତୀୟ ସ୍ୱାଧୀନତା ପ୍ରଦାନ ପାଇଁ ରାଜନୈତିକ ପ୍ରସ୍ତାବ ଆଗତ ହୋଇ ଅନୁମୋଦିତ ହୋଇଥିଲା । ୧୮ ବର୍ଷର ନ୍ୟାୟିକ ଲଢେଇ ପରେ ୨୦୨୪ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟ ଖଣି ଓ ଖଣିଜ ସମ୍ପଦରୁ ରାଜସ୍ୱ ଆଦାୟ କରିବା ପାଇଁ ରାଜ୍ୟ ସରକାରଙ୍କୁ କ୍ଷମତା ପ୍ରଦାନ କରିଥିଲେ। ବକେୟା ପ୍ରାପ୍ୟ ଖଣି ମାଲିକ ମାନେ ପ୍ରଦାନ କରିବେ ବୋଲି କହିଥିଲେ । ଉକ୍ତ କଳା ଆଇନ ବଳରେ ରାଜ୍ୟର ଅଧିକାରକୁ କେନ୍ଦ୍ର ସରକାର ଛଡାଇ ନେଇଛନ୍ତି । କିଛି ନିର୍ଦ୍ଦିଷ୍ଟ ପୁଞ୍ଜିପତି ଓ ଖଣି ବ୍ୟବସାୟୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଓଡ଼ିଶା ଖଣିଜ ସମ୍ପଦକୁ ଟେକି ଦିଆଗଲା। ଏତେ ପରେ ମଧ୍ୟ ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀ ପ୍ରଦୀପ ପୁରୋହିତ ଓ ମନମୋହନ ସାମଲ ମିଥ୍ୟା କହି ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛନ୍ତି ।

ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ,କହିଥିଲେ ଯେ, ଏହି ପ୍ରସଙ୍ଗରେ ବିଧାନସଭାରେ ସ୍ୱତନ୍ତ୍ର ଅଧୂବେଶନ ଡାକିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିବା ସହ ବିଜେପି ସାଂସଦ ମାନଙ୍କୁ ପତ୍ର ଲେଖୁ ଓଡିଶା ସ୍ୱାର୍ଥ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଜଣାଇଛନ୍ତି। କିନ୍ତୁ ବିଜେପି ରାଜ୍ୟ ସ୍ୱାର୍ଥକୁ ଭୁଲି ଦଳୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଉଛି ଓଡ଼ିଶା ପ୍ରତି କ୍ଷେତ୍ରରେ ଉପେକ୍ଷିତ ହେଉଥବା ବେଳେ ବିଜେପି ସାଂସଦ ମାନେ ଚୁପ ରହିବା ଅତ୍ୟନ୍ତ ନିନ୍ଦନୀୟ । ଓଡ଼ିଶାର ଖଣିଜ ସମ୍ପଦକୁ ଲୁଣ୍ଠନ ପାଇଁ ଯେଉଁ ଷଡ଼ଯନ୍ତ୍ର ଚାଲିଛି, ତାହାକୁ ଓଡ଼ିଶାବାସୀ କେବେ ବି ବରଦାସ୍ତ କରିବେ ନାହିଁ । ଠିକ୍ ସମୟରେ ଉଚିତ୍ ଜବାବ ଦେବେ । ଉକ୍ତ କଳା ଆଇନକୁ ରଦ୍ଦ ନ କରିବା ପର୍ଯ୍ୟନ୍ତ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ବିଜେଡିର ଲଢେଇ ଜାରି ରହିବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande