
ଭୁବନେଶ୍ୱର, ଅଗଷ୍ଟ ୩୧ (ହି.ସ) - ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ସ୍ୱାୟତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଦିବସ ବ୍ୟାପି ଥିବା କାର୍ଯ୍ୟକ୍ରମରେ ପତାକା ଉତୋଳନ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଭିତି ପ୍ରସ୍ତର ସ୍ଥାପନ, ସାଧାରଣ ସଭା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ମେୟର ସୁଲୋଚନା ଦାସ ଓ ବିଏମସି କମିଶନର ଚଂଚଳ ରଣାଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ କରାଯିବା ସହ ଜାତୀୟ ଗୀତ ଓ ଜାତୀୟ ସଂଗୀତ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଷ୍ଟାଣ୍ଡିଂ କମିଟିର ସମସ୍ତ ଅଧ୍ୟକ୍ଷା, ଅଧ୍ୟକ୍ଷ, ସମସ୍ତ କର୍ପୋରେଟର, ବିଏମ୍ ସି ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା