ବେଆଇନ ନିଶା କଫ୍ସିରପ୍ ଚାଲାଣବେଳେ ୨ ଗିରଫ, ୬୨୦ ବୋତଲ ଜବତ
ସମ୍ବଲପୁର, ୩୧ ଅଗଷ୍ଟ(ହି.ସ.) – ସମ୍ବଲପୁର ଜିଲ୍ଲା ଥେଲକୋଲୋଇ ଥାନା ପୋଲିସ ନିଶା କଫ୍ସିରପ୍ ଚାଲାଣ ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୬୨୦ ବୋତଲ କଫ୍ସିରପ୍, ଗୋଟିଏ ଇନୋଭା କାର୍, ୩ଟି ମୋବାଇଲ ଫୋନ୍ ଓ ନଗଦ ୫,୫୦୦ ଟଙ୍କା ଜବତ କରିଛି। ଏ ସମ୍ପର୍କରେ ଥେଲକୋଲୋଇ ଥାନାରେ ୪୧୩/୨୬ର
ବେଆଇନ ନିଶା କଫ୍ ସିରପ୍ ଚାଲାଣ ବେଳେ ୨ ଗିରଫ, ୬୨୦ ବୋତଲ ଜବତ


ବେଆଇନ ନିଶା କଫ୍ ସିରପ୍ ଚାଲାଣ ବେଳେ ୨ ଗିରଫ, ୬୨୦ ବୋତଲ ଜବତ


ସମ୍ବଲପୁର, ୩୧ ଅଗଷ୍ଟ(ହି.ସ.) – ସମ୍ବଲପୁର ଜିଲ୍ଲା ଥେଲକୋଲୋଇ ଥାନା ପୋଲିସ ନିଶା କଫ୍ସିରପ୍ ଚାଲାଣ ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୬୨୦ ବୋତଲ କଫ୍ସିରପ୍, ଗୋଟିଏ ଇନୋଭା କାର୍, ୩ଟି ମୋବାଇଲ ଫୋନ୍ ଓ ନଗଦ ୫,୫୦୦ ଟଙ୍କା ଜବତ କରିଛି। ଏ ସମ୍ପର୍କରେ ଥେଲକୋଲୋଇ ଥାନାରେ ୪୧୩/୨୬ରେ ଏକ ମାମଲା ରୁଜୁ ହୋଇଛି।

ପୋଲିସ ସୂଚନା ମୁତାବକ ଗତ ୩୦ ତାରିଖ ରାତ୍ରି ପାଟ୍ରୋଲିଂ ସରକାରଙ୍କ ଭୋର ପ୍ରାୟ ୪ଟା ୪୫ରେ ସମୟରେ ସମ୍ବଲପୁରରୁ ଥେଲକୋଲୋଇ ଅଭିମୁଖେ ନିଶା କଫ୍ସିରପ୍ ଚାଲାଣ ହେଉଥିବା ବିଶ୍ୱାସନୀୟ ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ପୁଲିସ ଟିମ୍ ଭୋର ପ୍ରାୟ ୪ଟା ୫୫ରେ ଭଲ୍ଭୋ ରୋଡର ସାତଗୋଛିଆ ଛକ ନିକଟରେ ଓଡି ୩୩ ଏହି ୫୨୮୨ ନମ୍ବର ବିଶିଷ୍ଟ ଲାଲ ରଙ୍ଗର ଇନୋଭା କାରକୁ ଅଟକାଇ ଯାଂଚ କରିଥିଲା। କାରରୁ କୋଡିନ୍ ଫସ୍ଫେଟ୍ ଓ ଟ୍ରିପ୍ରୋଲିଡିନ୍ ହାଇଡ୍ରୋ କ୍ଲୋରାଇଡ୍ ଥିବା ୧୦୦ ମିଲିଲିଟର ବିଶିଷ୍ଟ ୬୨୦ ବୋତଲ ୱିନସରେକ୍ସ କଫ୍ସିରପ୍ ଜବତ କରିଥିଲା। ଘଟଣାସ୍ଥଳରୁ ଥେଲକୋଲୋଇ ଥାନା ଅନ୍ତର୍ଗତ ଟିଲେଇମାଲ ଗ୍ରାମର ଆଶିଷ ସାହୁ(୨୦) ଓ ରାଜୁ ବାଦଲ(୨୨)କୁ ପୋଲିସ ଧରିଥିବାବେଳେ ଅନ୍ୟ ଦୁଇଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ଆସନ୍ତା ପର୍ବପର୍ବାଣୀ ସମୟରେ ଥେଲକୋଲୋଇ ଓ ଆଖପାଖ ଅଂଚଳରେ ବେଆଇନ ବିକ୍ରି ଓ ବଂଟନ ଉଦ୍ଦେଶ୍ୟରେ କଫ୍ସିରପ୍ ଚାଲାଣ ହେଉଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏବେ ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନା ସୂତ୍ରରୁ ପ୍ରକାଶ।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande