ଚମ୍ପୁଆ ଏନ୍ଏସି ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳିତ
ଚମ୍ପୁଆ, ୩୧ ଅଗଷ୍ଟ(ହି.ସ.) – ଚମ୍ପୁଆ ଏନ୍ଏସି ପକ୍ଷରୁ ସ୍ୱାୟତ ଶାସନ ଦିବସ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଛି। ଏହି ଅବସରରେ ଏନ୍ଏସି କାର୍ଯ୍ୟାଳୟ ପରିସରରେ ପତାକା ଉତୋଳନ କରାଯାଇଥିଲା। ପରେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଂଟନ କରାଯାଇଥିଲା। ସ୍ଥାନୀୟ ଧରଣୀଧର ନଗର ଭବନ ଠାରେ
ଚମ୍ପୁଆ ଏନ୍ଏସି ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳିତ


ଚମ୍ପୁଆ, ୩୧ ଅଗଷ୍ଟ(ହି.ସ.) – ଚମ୍ପୁଆ ଏନ୍ଏସି ପକ୍ଷରୁ ସ୍ୱାୟତ ଶାସନ ଦିବସ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଛି। ଏହି ଅବସରରେ ଏନ୍ଏସି କାର୍ଯ୍ୟାଳୟ ପରିସରରେ ପତାକା ଉତୋଳନ କରାଯାଇଥିଲା। ପରେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଂଟନ କରାଯାଇଥିଲା।

ସ୍ଥାନୀୟ ଧରଣୀଧର ନଗର ଭବନ ଠାରେ ସ୍ୱାୟତ ଶାସନ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ରାଜ୍ୟସ୍ତରୀୟ ସ୍ୱାୟତ ଶାସନ ଦିବସ କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ପ୍ରସାରଣ କରାଯାଇଥିଲା।

କାର୍ଯ୍ୟକ୍ରମରେ ଏନ୍ଏସିର ସ୍ୱଚ୍ଛତା କର୍ମୀମାନଙ୍କୁ ସ୍ୱାସ୍ଥ୍ୟ କିଟ୍ ପ୍ରଦାନ କରାଯାଇଥିଲା। ଏଥିରେ ନିର୍ବାହୀ ଅଧିକାରୀ ଜଗନ୍ନାଥ ବେହେରା, ଉପାଧ୍ୟକ୍ଷା ସୁମିତ୍ରା ବେହେରା, ଜୀବନ ବେହେରା ଓ ପ୍ରକାଶ ଚନ୍ଦ୍ର କୁଣ୍ଡୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ସ୍ୱଚ୍ଛତା କର୍ମୀଙ୍କୁ କିଟ୍ ବଂଟନ କରିଥିଲେ।

ଏହା ପୂର୍ବରୁ ଆୟୋଜିତ ରେଙ୍ଗାଲି କାର୍ଯ୍ୟକ୍ରମରେ ସଫଳ ପ୍ରତିଯୋଗୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏନ୍ଏସିର ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରକାଶ ଚନ୍ଦ୍ର କୁଣ୍ଡୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଏନ୍ଏସି କର୍ମଚାରୀ, ସ୍ୱଚ୍ଛତା କର୍ମୀ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande