ରାସ୍ତାରେ ଲହଡି ଭାଙ୍ଗୁଛି ଡ୍ରେନପାଣି
କେନ୍ଦ୍ରାପଡ଼ା, ୩୧ ଅଗଷ୍ଟ (ହି.ସ.)- କେନ୍ଦ୍ରାପଡ଼ା ମୁନ୍ସିପାଲିଟି ଅନ୍ତର୍ଗତ ୨ ନମ୍ବର ୱାର୍ଡର ଇଚ୍ଛାପୁର ବଡ଼ବାରଙ୍ଗ ଗାଁରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଇଚ୍ଛାପୁର - କେନାଲରୋଡ଼ ଆର.ଡି. ରାସ୍ତାର ବଡ଼ ବାରଙ୍ଗ ଗ୍ରାମ ରାସ୍ତାରେ ଜମି ରହୁଛି ନର୍ଦମା ଜଳ। ଏହି ରାସ୍ତା
ରାସ୍ତାରେ ଲହଡି ଭାଙ୍ଗୁଛି ଡ୍ରେନପାଣି


କେନ୍ଦ୍ରାପଡ଼ା, ୩୧ ଅଗଷ୍ଟ (ହି.ସ.)- କେନ୍ଦ୍ରାପଡ଼ା ମୁନ୍ସିପାଲିଟି ଅନ୍ତର୍ଗତ ୨ ନମ୍ବର ୱାର୍ଡର ଇଚ୍ଛାପୁର ବଡ଼ବାରଙ୍ଗ ଗାଁରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଇଚ୍ଛାପୁର - କେନାଲରୋଡ଼ ଆର.ଡି. ରାସ୍ତାର ବଡ଼ ବାରଙ୍ଗ ଗ୍ରାମ ରାସ୍ତାରେ ଜମି ରହୁଛି ନର୍ଦମା ଜଳ। ଏହି ରାସ୍ତା ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଆର.ଡି. ଅଫିସ, ଆର. ଡବ୍ଲୁ.ଏସ.ଏସ. ଅଫିସ, ଇଲେକ୍ଟ୍ରି ଅଫିସ ସହିତ ଶହଶହ ଶ୍ରଦ୍ଧାଳୁ ପ୍ରଭୁ ବଳଦେବଜୀଉଙ୍କ ମନ୍ଦିରକୁ ଦର୍ଶନ ପାଇଁ ପ୍ରତିଦିନ ଏହି ରାସ୍ତାରେ ଯାଇଥାନ୍ତି। ତେବେ ଅନେକ ସମୟରେ ଲୋକେ ଦୁର୍ଘଟଣାର ଶିକାର ହୋଇ ହସ୍ପିଟାଲ ଯାଉଛନ୍ତି। ପ୍ରାଥମିକ ବିଦ୍ୟାଳୟ ଥିବାରୁ ଛାତ୍ରଛାତ୍ରୀ ମାନେ ନାହିଁ ନ ଥିବା ଅସୁବିଧାରେ ପଡୁଛନ୍ତି। ଗର୍ଭବତୀ ମହିଳା, ଛୋଟ ଛୋଟ ପିଲାମାନେ ଅଙ୍ଗନବାଡି କେନ୍ଦ୍ରକୁ ଆସିବା ବେଳେ ପଡି ଖଣ୍ଡିଆଖାବରା ହୋଇ ଯାଉଛନ୍ତି। ଏହି ରାସ୍ତା କଡ଼ରେ ଏକ ଡ୍ରେନ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande