
ଜୟପୁର, ୩୧ ଅଗଷ୍ଟ (ହି.ସ.)- ଜୟପୁର ପୌର ପାଳିକାର ପୂର୍ବତନ କାଉନସିଲର ମାନଙ୍କୁ ନେଇ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଛି । ଏନକେଟି ରୋଡ ସ୍ଥିତ ଏକ ହୋଟେଲରେ ପୂର୍ବତନ କାଉନସିଲର ବାଲା ରାୟଙ୍କ ଆହ୍ୱାନ କ୍ରମେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏଠାରେ ଜୟପୁର ପୌର ପାଳିକା ଅଧିନରେ ଥିବା ନାଳ, ରାସ୍ତା ଆଦି ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଜୟପୁର ପୌର ପାଳିକାକୁ ନଗର ନିଗମ କରିବାକୁ ଦାବି କରାଯାଇଛି । ଏନେଇ ଏକ ଦାବି ପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି । ପୂର୍ବତନ କାଉନସିଲର ମାନଙ୍କୁ ନେଇ ଏକ କମିଟି ଗଠନ ହେବ । ଆଗାମି ଦିନରେ ସହରର ବିଭିନ୍ନ ବିକାଶ ମୁଳକ କାର୍ଯ୍ୟ ନେଇ ଲଢେଇ ଜାରି ରହିବ ।
ବୈଠକରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ,ବରିଷ୍ଠ କାଉନସିଲର ବିନୋଦ ମହାପାତ୍ର, ସୂର୍ଯ୍ୟ ନାରାୟଣ ରଥ, ଦୁର୍ଗା ମିଶ୍ର, କୃଷ୍ଣ ଚନ୍ଦ୍ର ନେପାକ, ବାଦଲ ସାନ୍ତ୍ରାପାତ୍ର, ରାମ ପଣ୍ଡା, ଦୁର୍ଗା ଶର୍ମା, ୱାଇ ଏସ ଖାନା, ପ୍ରସାଦ ରାଓ, ଆକୁଲୁ ଶ୍ରୀନୁ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି