
ନବରଙ୍ଗପୁର/ଭୁବନେଶ୍ୱର,୩୧ ଅଗଷ୍ଟ (ହି.ସ) - ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଜଳ ନିଷ୍କାସନ ନେଇ ପ୍ରଶାସନ ପକ୍ଷରୁୁ ଆଗୁଆ ସତର୍କ ସୂଚନା ଜାରି କରାଯାଇଛି। ମାଇକ୍ ସାହାଯ୍ୟରେ ଇନ୍ଦ୍ରାବତୀ ପ୍ରକଳ୍ପ ପ୍ରଶାସନ ତଳିଆ ଅଂଚଳବାୀଙ୍କୁ ସତର୍କ କରୁଛି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଇନ୍ଦ୍ରାବତୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଆଗକୁ ବର୍ଷା ଜାରି ରହିଲେ ଆବଶ୍ୟକତା ଅନୁଯାୟୀ ଗେଟ୍ ଖୋଲାଯାଇପାରେ। ତେଣୁ ପ୍ରଶାସନ ପକ୍ଷରୁ ତଳିଆ ଅଂଚଳବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହାସହ କେହି ନଦୀକୁ ନଯିବା ସହ ଗୃହପାଳିତ ପଶୁଙ୍କୁ ନଦୀକୁ ନ ଛାଡ଼ିବାକୁ ପରାମର୍ଶ ଦେଇଛି ପ୍ରଶାସନ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା