ନଭେମ୍ବର ୧୩ ରୁ ୨୯ତମ କଳିଙ୍ଗ ପୁସ୍ତକ ମେଳା
ଭୁବନେଶ୍ୱର,୩୧ ଅଗଷ୍ଟ (ହି.ସ) -୨୯ ତମ କଳିଙ୍ଗ ପୁସ୍ତକ ମେଳା ଚଳିତ ବର୍ଷ ନଭେମ୍ବର ୧୩ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜଧାନୀର ୟୁନିଟ-୩ସ୍ଥିତ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ହେବାକୁ ଥିବା ଏହି ୧୦ ଦିନିଆ ପୁସ୍ତକ ପର୍ବରେ ରାଜ୍ୟ ତଥା ଦେଶର ୩୦୦ରୁ ଉର୍ଦ୍ଧ୍ୱ ଅଗ୍ରଣୀ ପ୍ରକାଶନ
ନଭେମ୍ବର ୧୩ ରୁ ୨୯ତମ କଳିଙ୍ଗ ପୁସ୍ତକ ମେଳା


ଭୁବନେଶ୍ୱର,୩୧ ଅଗଷ୍ଟ (ହି.ସ) -୨୯ ତମ କଳିଙ୍ଗ ପୁସ୍ତକ ମେଳା ଚଳିତ ବର୍ଷ ନଭେମ୍ବର ୧୩ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜଧାନୀର ୟୁନିଟ-୩ସ୍ଥିତ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ହେବାକୁ ଥିବା ଏହି ୧୦ ଦିନିଆ ପୁସ୍ତକ ପର୍ବରେ ରାଜ୍ୟ ତଥା ଦେଶର ୩୦୦ରୁ ଉର୍ଦ୍ଧ୍ୱ ଅଗ୍ରଣୀ ପ୍ରକାଶନୀ ସଂସ୍ଥାଙ୍କ ସହ ବହୁ ସଂଖ୍ୟାରେ ପୁସ୍ତକ ବିତରକ, ବିକ୍ରେତା ଏବଂ ଶିକ୍ଷାନୁଷ୍ଠାନ ସମ୍ବନ୍ଧୀୟ ଅନୁଷ୍ଠାନମାନ ଅଂଶଗ୍ରହଣ କରିବେ। ଏଥିସହିତ ପୁସ୍ତକ ମେଳା ମଂଚରେ ସାହିତ୍ୟ ତଥା ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମମାନ ଆୟୋଜନ ହେବ। ସନ୍ଧ୍ୟାରେ ସ୍କୁଲ କଲେଜର ଛାତ୍ରଛାତ୍ରୀ ଏବଂ ଅନୁଷ୍ଠାନ ମାନଙ୍କ ଦ୍ୱାରା ଆକଷର୍ଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ସନ୍ଧ୍ୟାରେ ପୁରସ୍କାର ବିତରଣ କରାଯିବ। ଆସନ୍ତା ନଭେମ୍ବର ୧ ତାରିଖ ଠାରୁ ପୁସ୍ତକମେଳା କାର୍ଯ୍ୟାଳୟ ଠାରେ ନାମ ପଞ୍ଜିକରଣ ଆରମ୍ଭ ହେବ।

ଓଡ଼ିଆ ସାହିତ୍ୟର ୧୦ଗୋଟି ବିଭାଗ ଯଥା, ପ୍ରବନ୍ଧ, ଉପନ୍ୟାସ, ନାଟକ, ଧର୍ମ, ଶିଶୁ ସାହିତ୍ୟ, କବିତା, ଗଳ୍ପ, ବିଜ୍ଞାନ, ଅନୁବାଦରେ ଶ୍ରେଷ୍ଠ ବିବେଚିତ ପୁସ୍ତକକୁ ପୂର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସ୍ମାରକୀ ମଞ୍ଚରେ କଳିଙ୍ଗ ପୁସ୍ତକ ମେଳା ସମ୍ମାନ-୨୦୨୬ରେ ସମ୍ମାନିତ କରାଯିବ। ଏନେଇ ଆଗ୍ରହୀ ଲେଖକ/ଲେଖିକା, ପ୍ରକାଶନୀ ସଂସ୍ଥାଙ୍କ ଠାରୁ ପୁସ୍ତକ ଆହ୍ୱାନ କରାଯାଉଛି। ପୁସ୍ତକଟି ୨୦୨୪ରୁ ୨୦୨୬ ମଧ୍ୟରେ ପ୍ରକାଶିତ ହୋଇଥିବା ଆବଶ୍ୟକ। ଆସନ୍ତା ଅକ୍ଟୋବର ୨୦ ତାରିଖ ପୂର୍ବରୁ ପୁସ୍ତକର ୩ ଖଣ୍ଡ କପି ସହିତ ଲେଖକ/ଲେଖିକାଙ୍କ ସଂକ୍ଷିପ୍ତ ବିବରଣୀ ଓ ସମ୍ପୂର୍ଣ୍ଣ ଯୋଗାଯୋଗ ଠିକଣା ସହ ଆମ ନିକଟରେ ପହଂଚିବା ଆବଶ୍ୟକ। ନିର୍ଦ୍ଧାରିତ ସମୟ ପରେ ଆସିଥିବା ପୁସ୍ତକକୁ ବିଚାରକୁ ନିଆଯିବ ନାହିଁ ।

୨୯ ବର୍ଷରେ ପଦାର୍ପଣ କରିଥିବା ଏହି ସୁନାମଧନ୍ୟ ଅନୁଷ୍ଠାନର ସାରସ୍ୱତ, ସାଂସ୍କୃତିକ ମହାମିଳନର ପର୍ବ କଳିଙ୍ଗ ପୁସ୍ତକ ମେଳା ରାଜଧାନୀର ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ। ପୁସ୍ତକ ମେଳାରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ପ୍ରକାଶନୀ ସଂସ୍ଥା, ପୁସ୍ତକ ବିତରକ, ବିକ୍ରେତା, ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନେ ପ୍ଲଟ ନମ୍ବର - ୧୦/ଏ, ଷ୍ଟେସନ ସ୍କୋୟାର, ଖାରବେଳ ନଗର, ଭୁବନେଶ୍ୱର ଠିକଣାରେ ସାକ୍ଷାତ କରିବେ କିମ୍ବା ୯୯୩୭୪୫୨୨୦୯, ୭୯୭୮୬୩୧୯୨୦ ନମ୍ବରରେ ଯୋଗାଯୋଗ କରି ଷ୍ଟଲ ବୁକିଂ କରିପାରିବେ । ଏନେଇ ଆଜି କଳିଙ୍ଗ ପୁସ୍ତକ ମେଳା କମିଟି ପକ୍ଷରୁ ଅନୁଷ୍ଠାନର ସମ୍ପାଦିକା ରେଣୁକା ମିଶ୍ରଙ୍କ ତରଫରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସବିଶେଷ ସୂଚନା ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande