ଏମ୍.ଭି.-୭୯ ଜଳସେଚନ କଲୋନୀ ଖେଳ ପଡ଼ିଆରେ ମିନି ଷ୍ଟାଡିଅମ ନିର୍ମାଣ ପାଇଁ ଦାବି
ମାଲକାନଗିରି,୩୧ ଅଗଷ୍ଟ (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍.ଭି.-୭୯ ଜଳସେଚନ କଲୋନୀରେ ଥିବା ଖେଳ ପଡ଼ିଆକୁ ନେଇ ସ୍ଥାନୀୟ ଅଂଚଳରେ ଦାବି ଜୋର ଧରିଛି। ଉକ୍ତ ଖେଳ ପଡ଼ିଆର ସରକାରୀ ମାପଚୁପ କରି ସୀମା ନିର୍ଦ୍ଧାରଣ କରିବା ସହ ଏହାକୁ ସୁରକ୍ଷିତ କରିବା ପାଇଁ ମୋଟୁ ତହସିଲଦାରଙ୍କ
ଏମ୍.ଭି.-୭୯ ଜଳସେଚନ କଲୋନୀ ଖେଳ ପଡ଼ିଆରେ ମିନି ଷ୍ଟାଡିଅମ ନିର୍ମାଣ ପାଇଁ


ମାଲକାନଗିରି,୩୧ ଅଗଷ୍ଟ (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍.ଭି.-୭୯ ଜଳସେଚନ କଲୋନୀରେ ଥିବା ଖେଳ ପଡ଼ିଆକୁ ନେଇ ସ୍ଥାନୀୟ ଅଂଚଳରେ ଦାବି ଜୋର ଧରିଛି। ଉକ୍ତ ଖେଳ ପଡ଼ିଆର ସରକାରୀ ମାପଚୁପ କରି ସୀମା ନିର୍ଦ୍ଧାରଣ କରିବା ସହ ଏହାକୁ ସୁରକ୍ଷିତ କରିବା ପାଇଁ ମୋଟୁ ତହସିଲଦାରଙ୍କ ନିକଟରେ ଦରଖାସ୍ତ ଦିଆଯିବାକୁ ସ୍ଥାନୀୟ ବାସିନ୍ଦା, ଓ ଯୁବବର୍ଗ ପକ୍ଷରୁ ଦାବି କରାଯାଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ପଡ଼ିଆଟି ଜଳସେଚନ କଲୋନୀ ଏବଂ ଆଖପାଖ ଅଂଚଳର ଶିଶୁ, ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ପାଇଁ ଏକ ପ୍ରମୁଖ ଖେଳ ସ୍ଥାନ। କିନ୍ତୁ ପଡ଼ିଆର ପ୍ରକୃତ ସୀମା ଓ ଜମିର ସ୍ଥିତି ସ୍ପଷ୍ଟ ନ ଥିବାରୁ ଏହାର ସୁରକ୍ଷା ନେଇ ସମସ୍ୟା ଦେଖାଦେଇଛି।

ତେଣୁ ସରକାରୀ ରେକର୍ଡ ଅନୁଯାୟୀ ପଡ଼ିଆର ମାପଚୁପ କରି ଖାତା ଓ ପ୍ଲଟ୍ର ସ୍ଥିତି ଯାଂଚ ସହ ସୀମା ନିର୍ଦ୍ଧାରଣ କରାଯାଇ ସୀମା ଚିହ୍ନ ସ୍ଥାପନ କରିସହ ଉକ୍ତ ଖେଳ ପଡ଼ିଆକୁ ସୁରକ୍ଷିତ କରି ସେଠାରେ ଏକ ଆଧୁନିକ ମିନି ଷ୍ଟାଡିଅମ ନିର୍ମାଣ କରିବାକୁ ମଧ୍ୟ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏହା ହେଲେ ଅଂଚଳର ଶତାଧିକ ଶିଶୁ ଓ ଯୁବକ-ଯୁବତୀଙ୍କୁ ନିୟମିତ କ୍ରୀଡ଼ା ଅଭ୍ୟାସର ସୁଯୋଗ ମିଳିବା ସହ ପ୍ରତିଭାବାନ ଖେଳାଳିଙ୍କୁ ଆଗକୁ ବଢ଼ିବାର ସୁଯୋଗ ମିଳିପାରିବ।

ସ୍ଥାନୀୟ ବାସିନ୍ଦାମାନେ ତହସିଲ ପ୍ରଶାସନ ତୁରନ୍ତ ପଡ଼ିଆର ମାପଚୁପ କରାଇ ଏହାକୁ ସୁରକ୍ଷିତ କରିବା ସହ ମିନି ଷ୍ଟାଡିଅମ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande