
ମାଲକାନଗିରି, ୩୧ ଅଗଷ୍ଟ (ହି.ସ.)- ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ’ ମନ୍ତ୍ରରେ ଅନୁପ୍ରାଣିତ ହୋଇ ଆଜି ମାଲକାନଗିରି ବିଧାୟକ ନରସିଂହ ମାଡକାମୀଙ୍କ ନେତୃତ୍ୱ ଓ ବିକାଶମୁଖୀ ଜନହିତକର କାର୍ଯ୍ୟ ଜିଲ୍ଲାରେ ପ୍ରଶଂସା ସାଉଁଟି ଥିବା ବେଳେ ବିଜେପି ଦଳର ନୀତି, ଆଦର୍ଶ ଓ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆଜି ବିଧାୟକଙ୍କ କାର୍ଯ୍ୟାଳୟ ଠାରେ ବିଭିନ୍ନ ଦଳର ପୁରୁଖା ନେତା ସମୀର ଗାଇନ, ଗଙ୍ଗା ସୋଡ଼ି, ଭୀମସେନ ପଡ଼ିଆମୀ ଓ ମୁକା କବାସୀଙ୍କ ସମେତ ବହୁ ବ୍ୟକ୍ତି ନିଜ ସମର୍ଥକ ଓ ସାଥୀମାନଙ୍କ ସହ ଦଳରେ ସାମିଲ ହୋଇଛନ୍ତି ।
ଏହି ଅବସରରେ ନୂତନ ଭାବେ ଦଳରେ ଯୋଗଦେଇଥିବା ସମସ୍ତଙ୍କୁ ବିଧାୟକ ଶ୍ରୀ ମାଡକାମୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇବା ସହ ଦଳର ନୀତି, ଆଦର୍ଶ ଓ ଜନସେବାକୁ ଆହୁରି ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି ମିଶ୍ରଣ ପର୍ବ ଆଗାମୀ ଦିନରେ ମାଲକାନଗିରି ଜିଲ୍ଲାରେ ବିଜେପିକୁ ଆହୁରି ସୁଦୃଢ଼ କରିବା ସହ ଜିଲ୍ଲାର ସାମଗ୍ରିକ ବିକାଶରେ ବିଶେଷ ସହଯୋଗ କରିବ ବୋଲି ବିଧାୟକ ଶ୍ରୀ ମାଡକାମୀ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ