ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଉତର ଉପକୂଳ ଓଡ଼ିଶା ଓ ଉତର-ପଶ୍ଚିମ ବଙ୍ଗୋପସାଗରର ସଂଲଗ୍ନ ଅଂଚଳ ଉପରେ ଲଘୁଚାପ କ୍ଷେତ୍ର
ଭୁବନେଶ୍ୱର, ୩୧ ଅଗଷ୍ଟ (ହି.ସ.)- ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଉତର ଉପକୂଳ ଓଡ଼ିଶା ଏବଂ ଉତର-ପଶ୍ଚିମ ବଙ୍ଗୋପସାଗରର ସଂଲଗ୍ନ ଅଂଚଳ ଉପରେ ଥିବା ସ୍ପଷ୍ଟ ଭାବରେ ଚିହ୍ନିତ ଲଘୁଚାପ କ୍ଷେତ୍ର ସୋମବାର ସକାଳ ୮ଟା ୩୦ ଭାରତୀୟ ସମୟ ଅନୁସାରେ ସେହି ଅଂଚଳରେ ରହିଛି । ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତନଠ
ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଉତର ଉପକୂଳ ଓଡ଼ିଶା ଓ ଉତର-ପଶ୍ଚିମ ବଙ୍ଗୋପସାଗରର ସଂଲଗ୍ନ ଅଂଚଳ ଉପରେ ଲଘୁଚାପ କ୍ଷେତ୍ର


ଭୁବନେଶ୍ୱର, ୩୧ ଅଗଷ୍ଟ (ହି.ସ.)- ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଉତର ଉପକୂଳ ଓଡ଼ିଶା ଏବଂ ଉତର-ପଶ୍ଚିମ ବଙ୍ଗୋପସାଗରର ସଂଲଗ୍ନ ଅଂଚଳ ଉପରେ ଥିବା ସ୍ପଷ୍ଟ ଭାବରେ ଚିହ୍ନିତ ଲଘୁଚାପ କ୍ଷେତ୍ର ସୋମବାର ସକାଳ ୮ଟା ୩୦ ଭାରତୀୟ ସମୟ ଅନୁସାରେ ସେହି ଅଂଚଳରେ ରହିଛି । ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତନଠାରୁ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି ଏବଂ ଉଚ୍ଚତା ସହିତ ଦକ୍ଷିଣ-ପଶ୍ଚିମ ଦିଗକୁ ଢଳି ରହିଛି ।

ଏହା ଆଗାମୀ ୨୪ ଘଂଟା ମଧ୍ୟରେ ଉତର ଓଡ଼ିଶା ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ପଶ୍ଚିମ-ଉତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋମବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande