ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୩ ସ୍ଥାନରେ ଅତି ଭୀଷଣ ବର୍ଷା, ୧୫ ସ୍ଥାନରେ ଭୀଷଣ ବର୍ଷା : ସୁନ୍ଦରଗଡ଼ ଜିଲ୍ଲାର ଟେନସାରେ ସର୍ବାଧିକ ୧୬୨.୨ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୩୧ ଅଗଷ୍ଟ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୩ଟି ସ୍ଥାନରେ ଅତି ଭୀଷଣ ବର୍ଷା ହୋଇଥିବା ବେଳେ ୧୫ଟି ସ୍ଥାନରେ ଭୀଷଣ ବର୍ଷା ହୋଇଛି । ସୁନ୍ଦରଗଡ଼ ଜିଲ୍ଲାର ଟେନସାରେ ସର୍ବାଧିକ ୧୬୨.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ଦେବଗଡ଼ ଜିଲ୍ଲାର ବାରକୋଟରେ ୧୨୭.୨ ମି.ମି., କେନ୍ଦୁଝର
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୩ ସ୍ଥାନରେ ଅତି ଭୀଷଣ ବର୍ଷା, ୧୫ ସ୍ଥାନରେ ଭୀଷଣ ବର୍ଷା : ସୁନ୍ଦରଗଡ଼ ଜିଲ୍ଲାର ଟେନସାରେ ସର୍ବାଧିକ ୧୬୨.୨ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୩୧ ଅଗଷ୍ଟ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୩ଟି ସ୍ଥାନରେ ଅତି ଭୀଷଣ ବର୍ଷା ହୋଇଥିବା ବେଳେ ୧୫ଟି ସ୍ଥାନରେ ଭୀଷଣ ବର୍ଷା ହୋଇଛି । ସୁନ୍ଦରଗଡ଼ ଜିଲ୍ଲାର ଟେନସାରେ ସର୍ବାଧିକ ୧୬୨.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ଦେବଗଡ଼ ଜିଲ୍ଲାର ବାରକୋଟରେ ୧୨୭.୨ ମି.ମି., କେନ୍ଦୁଝର ଜିଲ୍ଲାର ହାଟଡିହିରେ ୧୧୮.୫ ମି.ମି., ଅନୁଗୁଳ ଜିଲ୍ଲାର କଣିହାଁରେ ୧୦୬.୦ ମି.ମି., କେନ୍ଦୁଝର ଜିଲ୍ଲାର ତେଲକୋଇରେ ୯୬.୦ ମି.ମି., ଅନୁଗୁଳ ଜିଲ୍ଲାର ପାଲଲହଡ଼ାରେ ୯୫.୩ ମି.ମି., ମୟୂରଭଞ୍ଜ ଜିଲ୍ଲାର ଶାମାଖୁଂଟାରେ ୯୧.୩ ମି.ମି., ଚନ୍ଦନପୁରରେ ୮୫.୨ ମି.ମି., ଜାମଶୋଳାଘାଟରେ ୮୩.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ରେ ୮୨.୦ ମି.ମି., ପୁରୀ ଜିଲ୍ଲାର ସତ୍ୟବାଦୀରେ ୮୨.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର କୁସୁମିରେ ୮୧.୦ ମି.ମି. ଏବଂ ନୂଆପଡା ଜିଲ୍ଲାର କୋମନାରେ ୮୦.୦ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋମବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande