ଉପ ମୁଖ୍ୟମନ୍ତ୍ରୀ ପଦବୀରେ କୌଣସି ଅନିୟମିତତା ନାହିଁ: ଏଜି
ଭୁବନେଶ୍ୱର,୩୧ ଅଗଷ୍ଟ (ହି.ସ) - ଉପମୁଖ୍ୟମନ୍ତ୍ରୀ ପଦ ଅସାମ୍ବିଧାନିକ ଦର୍ଶାଇ ହାଇକୋର୍ଟରେ ମାମଲା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏଜି ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ ପିଆଇଏଲ କରାଯିବା ଉଦ୍ଦେଶ୍ୟ ପ୍ରଣୋଦିତ । ଉପ ମୁଖ୍ୟମନ୍ତ୍ରୀ ପଦବୀରେ କୌଣସି ଅନିୟମିତତା ନାହିଁ। ଅନେକ ରାଜ୍ୟରେ ଉପମୁଖ୍ୟମନ୍
pitambar acharya


ଭୁବନେଶ୍ୱର,୩୧ ଅଗଷ୍ଟ (ହି.ସ) - ଉପମୁଖ୍ୟମନ୍ତ୍ରୀ ପଦ ଅସାମ୍ବିଧାନିକ ଦର୍ଶାଇ ହାଇକୋର୍ଟରେ ମାମଲା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏଜି ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ ପିଆଇଏଲ କରାଯିବା ଉଦ୍ଦେଶ୍ୟ ପ୍ରଣୋଦିତ । ଉପ ମୁଖ୍ୟମନ୍ତ୍ରୀ ପଦବୀରେ କୌଣସି ଅନିୟମିତତା ନାହିଁ। ଅନେକ ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ପଦବୀ ରହିଛି। ପୂର୍ବରୁ ଓଡ଼ିଶାରେ କଂଗ୍ରେସ ସମୟରେ ଉପମୁଖ୍ୟମନ୍ତ୍ରୀ ପଦବୀ ଥିଲା। ଶାସନକୁ ସୁପରିଚାଳନା ପାଇଁ ଏଭଳି ବ୍ୟବସ୍ଥା ରହିଛି। ମିନିଷ୍ଟର ପେ ଆଣ୍ଡ ଆଲଉନ୍ସ ନିୟମ ଅନୁସାରେ ସବୁ ହେଉଛି। ଫାଇନ ସହ ଏଭଳି ମାମଲାକୁ ଖାରଜ ପାଇଁ ଆମେ କହିବୁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande