
ଜୟପୁର, ୩୧ ଅଗଷ୍ଟ (ହି.ସ.)- ୨୦୨୫ ମସିହାରେ ବୈପାରୀଗୁଡା ଥାନା କେରାପୁଟ ଗ୍ରାମରେ ଘଟିଥିବା ଦୁଷ୍କର୍ମ ମାମଲାର ବିଚାର କରି ୭ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଆଜି ଜୟପୁର ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର କୋର୍ଟ ର ଆଡ଼ହକ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ସୁଶ୍ରୀ ପ୍ରଜ୍ଞା ନଳିନୀ ମିଶ୍ର କେରାପୁଟ ଗ୍ରାମର ୨୨ ବର୍ଷୀୟ ସୁଦର୍ଶନ ନାୟକକୁ ଭାରତୀୟ ନ୍ୟାୟ ସଂହିତାର ଧାରା ୬୪(୨)(ଏମ) ସେକ୍ସନ ଆଇନର ଧାରାରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ୧୫ ହଜାର - ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି | ଜୋରିମାନା ଟଙ୍କା ଅନାଦେୟ ଦୋଷୀକୁ ୬ ମାସ ଅଧିକା ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଦର୍ଶାଇଛନ୍ତି ଅଦାଲତ | ଆଦାୟ ଜୋରିମାନା ଟଙ୍କା ସହ ସରକାରଙ୍କ ତରଫରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ପୀଡ଼ିତାଙ୍କୁ ପର୍ଯ୍ୟ।ପ୍ତ ଟଙ୍କା ଅନୁକମ୍ପା ମୂଳକ ରାଶି ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ |
ଘଟଣା ଅନୁଯାଇ ୦୩/୧୦/୨୦୨୫ ଦିନ ଅଭିଯୁକ୍ତ ପୀଡିତାଙ୍କୁ ସନ୍ଧ୍ୟା ୫ଟା ବେଳେ ତୁମ ବାପା କୋରାପୁଟ ଥାନାରେ ଅଛନ୍ତି କହି ପୀଡ଼ିତାଙ୍କୁ ବାଇକ ରେ ବସାଇ କୋରାପୁଟ ଚନ୍ଦନ ପୋଖରୀକୁ ନେଇ ସେଠାରେ ପୀଡ଼ିତାଙ୍କ ଇଚ୍ଛା ବିରୁଦ୍ଧରେ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ଓ ରାତି ସାରା ବୁଲାଇ ବାରମ୍ବାର ଦୁଷ୍କର୍ମ କଲା ପରେ ଅଭିଯୁକ୍ତ ପୀଡ଼ିତାଙ୍କୁ ୦୪/୧୦/୨୦୨୫ ସକାଳ ୭ଟା ସମୟରେ ତାଙ୍କ ଘର ପାଖରେ ଛାଡି ପଳାଇଲା l ତା'ପରେ ପୀଡିତା ଜୟପୁର ମହିଳା ଥାନାରେ ଏକ ଅଭିଯୋଗ କରିଥିଲେ l ଅଭିଯୋଗକୁ ମହିଳା ପୋଲିସ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା l ତଦନ୍ତରେ ଜାଣି ପୋଲିସ ଅଭିଯୁକ୍ତ ସୁଦର୍ଶନ ଓରଫ ଦୀନବନ୍ଧୁ ନାୟକକୁ ଗିରଫ କରି କୋର୍ଟ ଚାଲଣ କରି ତା' ବିରୁଦ୍ଧରେ ଚାର୍ଜସିଟ ଦାଖଲ କରିଥିଲା l
ସରକାରଙ୍କ ତରଫରୁ ସ୍ୱତନ୍ତ୍ର ସରକାରୀ ଓକିଲ ସୁରେଶ କୁମାର ହଡ଼ପ ମାମଲାର ପରିଚାଳନା କରିଥିଲେ |
ହିନ୍ଦୁସ୍ଥାନ ସମାଚାର / ପିକେପି