ସରକାରୀ ମେଡିକାଲ ଓ ଇଞ୍ଜିନିଅରିଙ୍ଗ୍ କଲେଜରେ ଆଡ୍ମିଶନ୍ ବେଳେ ଏବଂ ୬ ମାସ ପର୍ଯ୍ୟନ୍ତ ଟିଉସନ୍ ଓ ଅନ୍ୟାନ୍ୟ ଫି ଡିପୋଜିଟ୍ କରିବାକୁ ପଡ଼ିବ ନାହିଁ
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଗରିବ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଶ୍ୱସ୍ତି ଭୁବନେଶ୍ୱର,୩୧ ଅଗଷ୍ଟ (ହି.ସ) - ରାଜ୍ୟ ସରକାରୀ ମେଡିକାଲ ଓ ଇଞ୍ଜିନିଅରିଙ୍ଗ୍ କଲେଜରେ ଆଡମିଶନ୍ ବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ମେଧାବୀ ଗରିବ ଛାତ୍ରଛାତ୍ରୀମାନେ ଅନେକ ସମୟରେ
cm odisha


ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଗରିବ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଶ୍ୱସ୍ତି

ଭୁବନେଶ୍ୱର,୩୧ ଅଗଷ୍ଟ (ହି.ସ) - ରାଜ୍ୟ ସରକାରୀ ମେଡିକାଲ ଓ ଇଞ୍ଜିନିଅରିଙ୍ଗ୍ କଲେଜରେ ଆଡମିଶନ୍ ବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ମେଧାବୀ ଗରିବ ଛାତ୍ରଛାତ୍ରୀମାନେ ଅନେକ ସମୟରେ ଆର୍ôଥକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହି ବର୍ଗର ମେଧାବୀ ଛାତ୍ରଛାତ୍ରୀମାନେ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେବା ସତ୍ୱେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥାନ୍ତି । କିନ୍ତୁ, ଆଡମିଶନ୍ ବେଳେ ଅର୍ଥ ଜମା କରିବା ପାଇଁ ସେମାନଙ୍କ ପାଖରେ ସମ୍ୱଳ ନଥାଏ । ଏଭଳି ଅନେକ ସମ୍ୱାଦ ନିୟମିତ ଗଣମାଧ୍ୟମରେ ପ୍ରକାଶ ପାଉଛି ।

ଏହି ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଗରିବ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଡମିଶନ୍ ସମୟରେ ଏବଂ ଆଡମିଶନ୍ ର ୬ ମାସ ପର୍ଯ୍ୟନ୍ତ କୌଣସି ଫି ଜମା କରିବାକୁ ପଡ଼ିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତି ଏହି ବର୍ଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଶ୍ୱସ୍ତି ଆଣିଛି । ଏହି ଛାତ୍ରଛାତ୍ରୀମାନେ ସାଧାରଣତଃ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ବିଭିନ୍ନ ବୃତି ପାଇଥାନ୍ତି । ତେବେ ଏହି ବୃତି ଅର୍ଥ ପାଇବାର ପ୍ରକ୍ରିୟା ଶେଷ ହୋଇ ଟଙ୍କା ପାଇବା ବେଳକୁ ୩-୪ ମାସ ଲାଗିଥାଏ । ତେଣୁ ବର୍ତମାନ ଏହି ବର୍ଗର ଛାତ୍ରଛାତ୍ରୀମାନେ ସେମାନଙ୍କ ବୃତି ଟଙ୍କା ପାଇବା ପରେ ସୁବିଧାରେ ସେମାନଙ୍କ ଆଡମିଶନ୍ ଓ ଟ୍ୟୁସନ ଫି ଜମା କରିପାରିବେ । ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ଖୁବ୍ ଶୀଘ୍ର ଏକ ମାର୍ଗଦର୍ଶୀକା ଜାରି କରାଯିବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande