ସଂସ୍କୃତ ସପ୍ତାହ ଉଦଯାପିତ
ବଲାଙ୍ଗିର, ୩୧ ଅଗଷ୍ଟ (ହି.ସ.)- ଆଜି ସରକାରୀ ମହିଳା ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ଅଧ୍ୟକ୍ଷ ଡଃ. ଅରବିନ୍ଦ କୁମାର ଓଝାଙ୍କ ସଭାପତିତ୍ବରେ ସଂସ୍କୃତ ସପ୍ତାହର ସମାପନ ସମାରୋହ ପାଳିତ ହୋଇଯାଇଛି । ଓଡିଶା ସରକାରଙ୍କର ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଗତ ୨୫ ତାରିଖରୁ ଏହି ସଂସ୍କୃତ ସପ୍ତାହ କା
ସଂସ୍କୃତ ସପ୍ତାହ ଉଦଯାପିତ


ସଂସ୍କୃତ ସପ୍ତାହ ଉଦଯାପିତ


ସଂସ୍କୃତ ସପ୍ତାହ ଉଦଯାପିତ


ବଲାଙ୍ଗିର, ୩୧ ଅଗଷ୍ଟ (ହି.ସ.)- ଆଜି ସରକାରୀ ମହିଳା ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ଅଧ୍ୟକ୍ଷ ଡଃ. ଅରବିନ୍ଦ କୁମାର ଓଝାଙ୍କ ସଭାପତିତ୍ବରେ ସଂସ୍କୃତ ସପ୍ତାହର ସମାପନ ସମାରୋହ ପାଳିତ ହୋଇଯାଇଛି । ଓଡିଶା ସରକାରଙ୍କର ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଗତ ୨୫ ତାରିଖରୁ ଏହି ସଂସ୍କୃତ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିିତ ହୋଇଅଛି । ପ୍ରଥମ ଦିନ ମହାବିଦ୍ୟାଳୟର ପ୍ରବେଶ ଦ୍ବାରରେ ତିଳକ ପ୍ରଦାନ ପୂର୍ବକ ସମସ୍ତଙ୍କୁ ସ୍ଵାଗତ କରଯାଇଥିଲା। ଦ୍ବିତୀୟ ଦିନ ବଦତୁ ସଂସ୍କୃତ ପୁସ୍ତକ ବିକ୍ରୟଣ ଅଭିଯାନ, ତୃତୀୟ ଦିନ ରକ୍ଷାବନ୍ଧନ, ଚତୁର୍ଥ ଦିନ ସଂସ୍କୃତ ଭାଷା ବିଷୟକ ଭିଡିଓ ପ୍ରଦର୍ଶନ, ପଞ୍ଚମ ଦିନ ଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, ଷଷ୍ଠ ଦିନ ଗୀତା ଶ୍ଲୋକ ପଠନ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ସପ୍ତମ ଦିନ ସମାପନ ସମାରୋହରେ କେଚ୍ ସଂସ୍ଥା, ଭୁବନେଶ୍ଵରର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଶତପଥୀ ଯୋଗଦେଇ ସଂସ୍କୃତକୁ ଲୋକାଭିମୁଖି କରି କେବଳ ସପ୍ତାହ ନୁହେଁ ସଂସ୍କୃତ ପକ୍ଷ ବା ମାସ ପାଳନର ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ ।

ଅତିଥି ପରିଚୟ ଅଜିତ କୁମାର ପଣ୍ଡା, ମଞ୍ଚ ସଞ୍ଚାଳନ ଆଦର୍ଶ କୁମାର ମହାପାତ୍ର, ଧନ୍ୟବାଦ ଅର୍ପଣ ଡଃ ସମୀର ବିଶ୍ବାଳ କରିଥିଲେ । ଡଃ ସିଦ୍ଧେଶ୍ଵର ପଧାନ, ସିଦ୍ଧାର୍ଥ ଦାଶ ତଥା ମହାବିଦ୍ୟାଳୟର ଛାତ୍ରୀମାନେ ଉପସ୍ଥିତ ଥିଲେ । କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ସଂସ୍କୃତ ଭାରତୀର ପ୍ରେରଣାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଶେଷରେ ଶାନ୍ତିମନ୍ତ୍ର କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande