
ଭୁବନେଶ୍ୱର,୩୧ ଅଗଷ୍ଟ (ହି.ସ) - ସ୍ୱାୟତ ଶାସନ ଦିବସ ପାଳନ ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତିହିଡ଼ି ବ୍ଲକ ଭାଟପଡ଼ା ପଂଚାୟତରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ। ଏହି ବିଶେଷ ଅବସରରେ ଗ୍ରାମାଂଚଳକୁ ସ୍ୱଚ୍ଛ, ସୁନ୍ଦର ଓ ଆଦର୍ଶ ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ସଫେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।
ଶାସନ ବ୍ୟବସ୍ଥାରେ ତୃଣମୂଳ ସ୍ତରର ଅଂଶଗ୍ରହଣ, ପରିବେଶ ସ୍ୱଚ୍ଛତା ଏବଂ ଗ୍ରାମୀଣ ବିକାଶ ଆମର ମୁଖ୍ୟ ପ୍ରାଥମିକତା। ଆମ ପଂଚାୟତ ଓ ଗାଁଗୁଡ଼ିକୁ ସ୍ୱଚ୍ଛ ଓ ସମୃଦ୍ଧ କରିବା ପାଇଁ ସଙ୍କଳ୍ପବଦ୍ଧ ହେବାକୁ ମନ୍ତ୍ରୀ ୍ରାହ୍ୱାନ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା